ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ଅନେକ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି। ଏହା ସତ୍ତ୍ୱେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କେତେକ ରାଜ୍ୟ ଯଥା ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଗୋଆ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଇଏମଡି ବୁଲେଟିନ୍‌ରେ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ପଶ୍ଚିମ ଉତ୍ତରାଖଣ୍ଡ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Omkar Vasthu
Omkar Vasthu

ଉତ୍ତରାଖଣ୍ଡ- ସେହିପରି ଜୁଲାଇ ୫ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ମୁସଳଧାରାରେ ବର୍ଷାର। ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଡେରାଡୁନ ସମେତ ରାଜ୍ୟରେ ପର୍ବତାଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସମୟରେ ଯାତ୍ରା ନକରିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶକ ବିକ୍ରମ ସିଂହ ନିବେଦନ କରିଛନ୍ତି। ଅନ୍ୟ ପକ୍ଷରେ ପ୍ରାକୃତିକ ବପର୍ଯ୍ୟ ଉତ୍ତରାଖଣ୍ଡ ସରକାର ଆଗୁଆ ପ୍ରସ୍ତୁତିରେ ଲାଗିଛନ୍ତି ବୋଲି ସୂଚନା ମିଳିଛି।

Pearl dental clinic
Near Ashish Medical Store, Bhawanipatna

ହିମାଚଳ ପ୍ରଦଶ- ବର୍ତ୍ତମାନ ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ହାଲୁକା ରୁ ମଧ୍ୟମ ବର୍ଷା ଜାରି ରହିଛି। ଜୁନ ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ଜୁନ୍ ୩୦ ଓ ଜୁଲାଇ ୧ରେ ବଜ୍ରପାତ ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ସତର୍କ ସୂଚନା ଜାରି କରିଛି। ହିମାଚଳ ପ୍ରଦେଶରେ ଗତ ୧୪ ଘଣ୍ଟାରେ ବର୍ଷଆ ଜନିତ କାରଣରୁ ପ୍ରାୟ ୬ ଜଣ ପ୍ରାଣ ହରାଇଛନ୍ତି। ଯେଉଁଥିରେ ବୁଡ଼ିଯିବା, ଭୂସ୍ଖଳନ, ସଡ଼କ ଦୁର୍ଘଟଣା ଏବଂ ଉଚ୍ଚତାରୁ ଖସିପଡ଼ିବା ଭଳି ଘଟଣା ଘଟିଛି ରହିଛି। ସରକାରୀ ସୂଚନା ଅନୁସାରେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ବର୍ଷା ଯୋଗୁ ଜୁନ ୨୪ ରୁ ୨୭ ଜୁନ୍ତ ୧୬୪.୨ କୋଟି ଟଙ୍କା କ୍ଷତି ହୋଇଛି। ଯେଉଁଥିରେ ଜଳ ଶକ୍ତି ବିଭାଗକୁ ୮୯.୯୫ କୋଟି ଟଙ୍କା ଏବଂ ଜନସ୍ୱାସ୍ଥ୍ୟ ବିଭାଗ (ପିଡବ୍ଲ୍ୟୁଡି)୭୨.୯୦ କୋଟି ଟଙ୍କା କ୍ଷତି ହୋଇଛି।

Udyog Nursery
Udyogi Nursery

ଗୋଆ- ମଙ୍ଗଳବାର ରାତିରେ ଲଗାତାର ବର୍ଷା ଯୋଗୁ ଗୋଆର ରାଜଧାନୀ ପାଣାଜୀଙ୍କର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କର୍ପୋରେସନ୍ ଅଫ୍ ଦି ସିଟି ଅଫ୍‌ ପାଣାଜୀ (ସିସିପି) କର୍ମଚାରୀମାନେ ଅଳିଆ ଆବର୍ଜନା ଦ୍ୱାରା ଅବରୋଧ ହୋଇଥିବା ଡ୍ରେନ୍ ସଫା କରିବା କାମରେ ଲାଗିପଡ଼ିଛନ୍ତି। ଗତ ସପ୍ତାହ ହେଲା ଗୋଆରେ ବର୍ଷା ଜାରି ରହିଛି। ଜୁନ ୧୮ ତାରିଖରେ ସହରର ମୁଖ୍ୟ ବ୍ୟସାୟିକ ରାସ୍ତାରେ ଥିବା ଦୋକାନ ବଜାର ଭିତରେ ପାଣି ପଶିଯାଇଥିଲେ। ଏଥିରେ ଅନେକ କ୍ଷତି ହୋଇଛି।

ମହାରାଷ୍ଟ୍ର– ପୂର୍ବ ମହାରାଷ୍ଟ୍ରର ଗୋଣ୍ଡିଆ ଏବଂ ଭଣ୍ଡାରା ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଛି।ବର୍ଷା ପରେ ପୂଜାରିଟୋଲା ଡ୍ୟାମର ଚାରୋଟି ଫାଟକ ଖୋଲା ଯାଇଥିଲା। ଗୋଣ୍ଡିଆ କଲେକ୍ଟର ଚିନ୍ମୟ ଗୋଟମେର ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଥାନେ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି  ହୋଇଥିବା ବେଳେ ପାଲଘର ଏବଂ ରାୟଗଡ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବୁଧବାର ମୁମ୍ବାଇର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.