ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜ଼ିଲ୍ଲା ସ୍ତରୀୟ ବନ ମହୋତ୍ସବ ଅବସରରେ ଆଜି ସୋନପୁର ସ୍ମାର୍ଟ ଫରେଷ୍ଟ ପାର୍କ ଠାରେ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ, ଅତିରିକ୍ତ ଏସପି ହେମନ୍ତ ପାଢ଼ୀ, ଏଡିଏମଓ ଡା. ଦୁର୍ଗାଦତ୍ତ ଦାଶ, ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର ଯୋଗ ଦେଇ ସହର ବାସୀ ଓ ପାର୍କର ମର୍ନିଙ୍ଗ ୱାକରଙ୍କୁ ଶହେରୁ ଉର୍ଦ୍ଧ୍ବ ଚାରା ଗଛ ବଣ୍ଟନ କରି ପରିବେଶ ସୁରକ୍ଷା ଉପରେ ସଚେତନ କରିଥିଲେ l ଏବଂ ବୈଷୟିକ ତାପମାତ୍ରl ବୃଦ୍ଧି ଯୋଗୁଁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଅନିର୍ବlର୍ଯ୍ୟ l କାରଣ ମାନବ ସମ୍ବଳର ସୁରକ୍ଷା ପାଇଁ ପର୍ଯ୍ୟାବରଣ ର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ଅତିଥି ମାନେ ମତ ରଖିଥିଲେ l
ଏଣୁ ପ୍ରତ୍ୟୋକ ବ୍ୟକ୍ତି ଗୋଟେ ଗଛର ଦାୟିତ୍ୱ ନେଇ ତାକୁ ଯତ୍ନ ନେବା ସଙ୍ଗେ ପ୍ରକୃତି ପ୍ରତି ନିଜର ଅଙ୍ଗିକାର ବଦ୍ଧତାକୁ ସ୍ୱୀକାର କରିବା ସମୟ ଆସିଛି l ନିମ୍ବ, ଆମ୍ବ, ଜାମୁ, ଅଁଳା ପ୍ରମୁଖ ଔଷଧୀୟ ଗଛ ସବୁ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ସଂଗଠନର ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ, ଗରିବ ଲୋଇ, କୃଷକ ନେତା ବୈକୁଣ୍ଠ ଶତପଥୀ, ସମୀର ଖଟୁଆଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଓ ସ୍ୱଚ୍ଛ ଭାରତ କର୍ମକର୍ତ୍ତା ଯୋଗ ଦେଇଥିଲେ l