ଗୋବର୍ଦ୍ଧନ ପର୍ବତକୁ ପ୍ରାୟଶ୍ଚିତ ପାଇଁ ଯିବେ ସନ୍ୟାସୀ ଅମୋଘ; ସ୍ବାମୀ ବିବେକାନନ୍ଦଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇ ହୋଇଥିଲେ ବିବାଦୀୟ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ମଙ୍ଗଳବାର ଇସ୍କନ ପକ୍ଷରୁ ସେମାନଙ୍କ ଜଣେ ସନ୍ୟାସୀ ଅମୋଘ ଲୀଳା ଦାସଙ୍କୁ ନିଷିଦ୍ଧ ଘୋଷଣା କରାଯାଇଛି। ଆଧ୍ୟାତ୍ମିକ ପ୍ରେରଣାଦାୟୀ ବକ୍ତା ଅମୋଘ ଲୀଳା ଦାସଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ। ତାଙ୍କର ଏକ ‘ପ୍ରବଚନ’ ସମୟରେ ଅମୋଘ ଲୀଳା ଦାସ ସ୍ୱାମୀ ବିବେକାନନ୍ଦଙ୍କ ମାଛ ଖାଇବା ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ, ଜଣେ ପୁଣ୍ୟାତ୍ମା ମଣିଷ କେବେହେଲେ ପଶୁପକ୍ଷୀଙ୍କୁ କ୍ଷତି ପହଞ୍ଚାଉଥିବା ଦ୍ରବ୍ୟ ସେବନ କରିବ ନାହିଁ।

Omkar Vasthu
Omkar Vasthu

ପୁଣ୍ୟ ବ୍ୟକ୍ତି କ’ଣ କେବେ ମାଛ ଖାଇବ? ଗୋଟିଏ ମାଛକୁ ମଧ୍ୟ ଯନ୍ତ୍ରଣା ହୁଏ ନା? ପୁଣ୍ୟାତ୍ମା କ’ଣ ସେତେବେଳେ ମାଛ ଖାଇବ? ଲୋକଙ୍କ ଭିଡ଼କୁ ସମ୍ବୋଧନ କରି ଏପରି କହିଛନ୍ତି ଅମୋଘ ଲୀଳା ଦାସ। ସ୍ୱାମୀ ବିବେକାନନ୍ଦଙ୍କ ଗୁରୁ ରାମକୃଷ୍ଣ ପରମହଂସଙ୍କୁ ମଧ୍ୟ ସେ କଟାକ୍ଷ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖାଦେବା ପରେ ଇସ୍କନ ନିଜ ସନ୍ୟାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛନ୍ତି। ଏହି ଦୁଇ ବ୍ୟକ୍ତିତ୍ୱଙ୍କ ମହାନ ଶିକ୍ଷା ସମ୍ପର୍କରେ ଅମୋଘ ଲୀଳା ଦାସଙ୍କ ଅନୁଚିତ ଓ ଅଗ୍ରହଣୀୟ ମନ୍ତବ୍ୟ ଯୋଗୁଁ ତାଙ୍କୁ ମାସକ ପାଇଁ ଇସ୍କନରୁ ବାସନ୍ଦ କରାଯାଇଛି ବୋଲି ଇସ୍କନ ତା’ର ବିବୃତିରେ ଉଲ୍ଲେଖ କରିଛି। ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଅମୋଘ ଲୀଳା ଦାସ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ଭିକ୍ଷା କରିଥିଲେ ଏବଂ ଗୋବର୍ଦ୍ଧନ ପବର୍ତରେ ମାସକ ପାଇଁ ‘ପ୍ରାୟଶ୍ଚିତରେ ଯିବା ପାଇଁ ଶପଥ ନେଇଛନ୍ତି। ସେ ତୁରନ୍ତ ଜନଜୀବନରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିବେ ବୋଲି କୁହାଯାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.