ପିଡ଼ିଏସ ଦୁଃଖ ଦୂର କଲେ ସରପଞ୍ଚ, ହାତପାହାନ୍ତରେ ମିଳିବ ରାସନ ସାମଗ୍ରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବନ ପାହାଡ଼ ଘେରା ଉପାନ୍ତ ଅଂଚଳ ଖଲିଗଡ଼ ବାସୀଙ୍କ ବହୁ ଦିନର ଦୁଃଖ ସରପଞ୍ଚଙ୍କ ଉଦ୍ୟମ କ୍ରମେ ଦୂର ହେଇଛି | ହାତପାଆନ୍ତାରେ ରାସନ ସାମଗ୍ରୀ ପାଇ ସରପଞ୍ଚ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଖଲିଗଡ଼ ବାସି| ସୂଚନା ଅନୁସାରେ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ଗ୍ରାମର ୩ଟି ୱାର୍ଡ ବାସି ପ୍ରାୟ ୮ କିମି ଡୁଡୁକାଠେଙ୍ଗା ପଞ୍ଚାୟତ କାର୍ଯ୍ୟାଳୟକୁ ରାସନ ସାମଗ୍ରୀ ଆଣିବାକୁ ଯାଉଥିଲେ |ସରପଞ୍ଚ ନିର୍ବାଚନ ସମୟରେ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ | ଗାଁରେ ଅତିରିକ୍ତ ଗୋଦାମଗୃହ କରି ହାତପାଆନ୍ତାରେ ରାସନ ସାମଗ୍ରୀ ଯୋଗେଇ ଦେବା ପାଇଁ | ଗତ କିଛି ଦିନ ତଳେ ଗୋଦାମ ଗୃହ ଉଦଘାଟନ ହୋଇଥିଲା ଆଜି ପ୍ରଥମ ଥର ପାଇଁ ଦ୍ୱାର ମୁହଁରେ ରାସନ ସାମଗ୍ରୀ ପାଇଁ ବେଶ ଖୁସି ହୋଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି | ତେବେ ସରପଞ୍ଚ ଯୋଜନାର ସଠିକ ରୂପାୟନ କରି ଲୋକଙ୍କୁ ସୁବିଧା ଯୋଗେଇ ପାରିଛନ୍ତି | ରାସନ ବିତରଣ ସମୟରେ ସରପଞ୍ଚ ହରିପ୍ରିୟା ନାଗ, ଜିଲ୍ଲା ପରିଷଦସଭ୍ୟ ହେମନ୍ତ ମାଝୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ନାଏକ, ଯୋଗାଣ ସହାୟକ ଚନ୍ଦ୍ରମଣି ବେଶ୍ରା, ଉପସ୍ଥିତ ରହି ହିତାଧିକାରୀ ଙ୍କୁ ରାସନ ବଣ୍ଟନ ସମୟରେ ଉପସ୍ଥିତ ଥିବାବେଳେ ୱାର୍ଡସଭ୍ୟ ବନୁ ମାଝୀ, କମଳ ନାଏକ, ଦେବିସିଂ ନାଗ ପ୍ରମୁଖ ସହ ମଣିରାମ ବାଣୁଆ, ବିରେନ କନ୍ଧ, ତ୍ରିନାଥ ପୁଝାରୀ, ପଦ୍ମନ ଚଲାନ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.