ଆସନ୍ତାକାଲି ବିରୋଧୀଙ୍କ ବୈଠକ, ସାମିଲ ହେବ ଆପ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ପାଇଁ ମିଳିତ ରଣନୀତି ସ୍ଥିର କରିବା ପାଇଁ ଆମ୍ ଆଦମୀ ପାର୍ଟି ଆସନ୍ତାକାଲି କର୍ଣ୍ଣାଟକର ବେଙ୍ଗାଲୁରୁରେ କଂଗ୍ରେସ ନେତୃତ୍ୱଧୀନ ବିରୋଧୀ ଦଳ ବୈଠକରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ଯେଉଁଥିରେ କଂଗ୍ରେସ ସମେତ ୨୪ ବିରୋଧୀ ଦଳ ଯୋଗ ଦେବାର ଅଛି। ଆମ୍ ଆଦମୀ ପାର୍ଟି ଅପରାହ୍ନରେ ଦଳୀୟ ବୈଠକ ପରେ ଏହି ଘୋଷଣା କରିଛି। ଏହା ପୂର୍ବରୁ କେନ୍ଦ୍ରର ଅଧ୍ୟାଦେଶକୁ କଂଗ୍ରେସ ବିରୋଧ କରି ଆପକୁ ସମର୍ଥନ ଜଣାଇବା ପରେ ଆପ୍ କହିଛି ବିରୋଧୀ ବୈଠକରେ ଯୋଗ ଦେବ। ବେଙ୍ଗାଲୁରୁରେ ମଧ୍ୟ ବିଭିନ୍ନ ଦଳର ଛାମୁଆ ନେତାଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ତୃଣମୂଳ କଂଗ୍ରେସଠାରୁ ଆରମ୍ଭ କରି ଆରଜେଡି, ଜେଡିୟୁ, ଏନସିପି, ସମାଜବାଦୀ ପାର୍ଟି, ଉଦ୍ଧବ ଠାକରେଙ୍କ ଶିବସେନା ସମସ୍ତେ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରି ସାରିଛନ୍ତି ବୋଲି ଆପ୍ ନେତା ରାଘବ ଚଢା କହିଛନ୍ତି। ଜୁନ୍ ୨୩ରେ ବିହାରର ରାଜଧାନୀ ପାଟନାରେ ପ୍ରଥମ ବିରୋଧୀ ବୈଠକ ପରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେପି ବିରୋଧରେ ଏକାଠି ହେବାକୁ ଚେଷ୍ଟା କରୁଛନ୍ତି ବିରୋଧୀ। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିଭିନ୍ନ ରାଜ୍ଯକୁ ଯାଇ ସମର୍ଥନ ମାଗିବା ପରେ କଂଗ୍ରେସକୁ ଛାଡ଼ି ପ୍ରାୟ ସମସ୍ତ ବିରୋଧୀ ଦଳ ତାଙ୍କ ଦଳକୁ ସଂସଦରେ କେନ୍ଦ୍ରର ଅଧ୍ୟାଦେଶ ପଦକ୍ଷେପକୁ ବିରୋଧ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.