ଖଲ୍ଲିକୋଟ ବ୍ଲକ ଗ୍ରାମ ରୋଜଗାର ସେବକ ସଂଘର କର୍ମକର୍ତ୍ତା ନିର୍ବାଚନ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକର ଗ୍ରାମ ରୋଜଗାର ସେବକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟ ସ୍ଥିତ ମର୍ଦରାଜ ଶିକ୍ଷକ ଭବନ ପରିସରରେ ପୂର୍ବତନ ସଭାପତି ମଧୁସୂଦନ ଗୌଡ଼ଙ୍କ ପୌରୋହିତ୍ୟରେ ଖଲ୍ଲିକୋଟ ବ୍ଲକ ଗ୍ରାମ ରୋଜଗାର ସେବକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେଵା ସହ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଉମାଚରଣ ପଟ୍ଟନାୟକ ସଭାପତି, ଅଁଳା ବେହେରା ଉପସଭାନେତ୍ରୀ, ତ୍ରିଲୋଚନ ପ୍ରଧାନ ସମ୍ପାଦକ, ସହ ସମ୍ପାଦିକା ଝୁନୁ ନାହାକ, କୋଷାଧକ୍ଷ ଭବାନୀ ଶଙ୍କର ଶତପଥୀ, କୋଷାଧକ୍ଷ ନରେନ୍ଦ୍ର ବେହେରା ଓ ଉପଦେଷ୍ଟା ଭାବେ ମଧୁସୂଦନ ଗୌଡ଼, ପ୍ରଭାତ ଶିଶିର ପଣ୍ଡା, ଅଶୋକ କୁମାର ପାତ୍ର, ବାବୁଲା ସ୍ୱାଇଁ, ବିକ୍ରମ ସାହୁ, ପ୍ରିୟଦର୍ଶନୀ ମହାପାତ୍ର, ଗୌରାଙ୍ଗ ସ୍ୱାଇଁ ପ୍ରମୁଖ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.