୫୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଗୋଟିଏ ଦିନରେ ରୋଜଗାର ମେଳା କାର୍ଯ୍ୟକ୍ରମରେ ୫୧ ହଜାର ୧୦୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିଭିନ୍ନ ସ୍ଥାନରେ ନୂତନ କରି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସରେ ନିଯୁକ୍ତି ପାଇଥିବା ଯବାନଙ୍କୁ ଅଷ୍ଟମ ପର୍ଯ୍ୟାୟ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଦବୋଧନ ଦେଇଛନ୍ତି । ରୋଜଗାର ମେଳାକୁ ସମ୍ବୋଧନ କରି ମୋଦି କହିଛନ୍ତି,”ଗତ କିଛି ବର୍ଷ ହେବ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ନିଯୁକ୍ତି ପ୍ରକ୍ରିୟାରେ ଅନେକ ବଡ ପରିବର୍ତ୍ତନ ହୋଇଛି । ଆବେଦନଠୁ ନେଇ ଚୟନ ପ୍ରକ୍ରିୟା ଶୀଘ୍ର ହୋଇଛି । ସଶସ୍ତ୍ର ବଳରେ ନିଯୁକ୍ତି ପାଇଁ ମାତୃ ଭାଷାରେ ପରୀକ୍ଷା ହେଉଛି ଫଳରେ ମାତୃଭାଷାର ଗୁରୁତ୍ବ ବଢିଛି ଏହା ଯୁବଗୋଷ୍ଠୀଙ୍କ ମଧ୍ୟରେ ରୋଜଗାର ପାଇବାର ରାସ୍ତା ଓ ନୂଆ ସୁଯୋଗ ସୃଷ୍ଟି କରିଛି । ଏଥର ଏହି ରୋଜଗାର ମେଳା ଏପରି ଏକ ସମୟରେ ଆୟୋଜନ ହୋଇଛି ଯେବେ ଦେଶ ଗର୍ବ ଓ ଆତ୍ମବିଶ୍ବାସରେ ଭରି ରହିଛି । ଚନ୍ଦ୍ରଯାନ-୩ର ପ୍ରଜ୍ଞାନ ଲଗାତାର ଚନ୍ଦ୍ରର ଫଟୋ ପଠାଉଛି । ଯେ କୌଣସି ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବାକୁ ହେଲେ ଦେଶକୁ ପ୍ରତି ସେକ୍ଟରରେ ବିକାଶ ଆଣିବାକୁ ହେବ । ଫୁଲଠୁ ନେଇ ଫାର୍ମା ଯାଏଁ ସ୍ପେସ୍‌ରୁ ସାର୍ଟ୍‌ଅପ୍‌ ଯାଏ ସବୁ ସେକ୍ଟରରେ ଭାରତ ଆଗକୁ ବଢ଼ିବ ସେବେ ଅର୍ଥବ୍ୟବସ୍ଥା ବି ଆଗକୁ ବଢିବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,”ଗତ ୯ ବର୍ଷରେ ପରିବର୍ତ୍ତନ ଏକ ନୂଆ ଯୁଗ ଦେଖିବାକୁ ଲାଗିଛି । ଏହା ସଙ୍କେତ ଦେଉଛି କି ବିଶ୍ବ ବଜାରରେ ଭାରତୀୟ ସାମଗ୍ରୀର ଚାହିଦା ବଢ଼ୁଛି । ଭୋକାଲ ଫର୍‌ ଲୋକାଲ ମନ୍ତ୍ର ସହ ଭାରତ ସରକାର ମେଡ୍‌ ଇନ୍‌ ଇଣ୍ଡିଆର ଭଳି ପ୍ରଡକ୍ଟ କିଣିଛନ୍ତି । ୯ ବର୍ଷ ପୂର୍ବ ଆଜିର ଦିନରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆସିଥିଲା । ଏହି ଯୋଜନା ମାଧ୍ୟମରେ ଗାଁମାନଙ୍କରେ ଗରିବଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିଛି । ରୋଜଗାର ନିର୍ମାଣ କରିବାରେ ଏହା ବହୁତ ବଡ଼ ଭୂମିକା ନିର୍ବାହ କରିଛି ବୋଲି କହିଛନ୍ତି ମୋଦି । ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ। ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ସୀମା ସୁରକ୍ଷା ବଳ (ବିଏସଏଫ), ଶସସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.