ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ଉତ୍ସବରେ ମଞ୍ଚସ୍ଥ ହେବ “ଏଇ ଯେ ସୂର୍ଯ୍ୟ ଉଏଁ” ଓ “ପରଶୁର ଉତ୍ତର ଦାୟିତ୍ଵ”

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ଆସନ୍ତା ନଭେମ୍ବର ମାସରେ ଶତ ବାର୍ଷିକୀ ଉତ୍ସବ ମହା ସମାରୋହରେ ପାଳନ କରିବ । ଏହି ମହୋତ୍ସବ ଅବସରରେ ଓଡ଼ିଶାର ପ୍ରସିଦ୍ଧ ନାଟ୍ୟକାର ଅବସର ପ୍ରାପ୍ତ ପ୍ରଫେସର ବିଜୟ କୁମାର ଶତପଥୀଙ୍କ ବହୁ ଚର୍ଚ୍ଚିତ ନାଟକ “ଏଇ ଯେ ସୂର୍ଯ୍ୟ ଉଏଁ” ଏବଂ ନାଟ୍ୟକାର ପଦ୍ମ ଲୋଚନ ମିଶ୍ରଙ୍କ ନାଟକ “ପରଶୁର ଉତ୍ତର ଦାୟିତ୍ଵ” ମଞ୍ଚସ୍ଥ ହେବ। ଦୁଇଟି ନାଟକର ନିର୍ଦ୍ଦେଶନା ଦେଉଛନ୍ତି ନାଟ୍ୟକାର, ନିର୍ଦେଶକ ତଥା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ । ଉଭୟ ନାଟକର ଶୁଭାରମ୍ଭ ଶ୍ରୀରାମ କଲ୍ୟାଣ ମଣ୍ଡପ ଠାରେ ବିଧିବଦ୍ଧ ଭାବେ ପ୍ରଭୁ ଶ୍ରୀରାମ ମନ୍ଦିରରେ ପୂଜାର୍ଚ୍ଚନା ସହିତ ଆରମ୍ଭ ହେଇଥିବା ଜଣା ପଡିଛି । ଚନ୍ଦ୍ରମଣି ନାଟ୍ୟ ସଂଘର ସଭାପତି ପଦ୍ମ ଲୋଚନ ମିଶ୍ର, ସମ୍ପାଦକ ହେମନ୍ତ ସାହୁ, ଉପ ସଭାପତି ଚିତ୍ତ ରଞ୍ଜନ ବାଗ, ସହ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ ଉପସ୍ଥିତ କଳାକାର ମାନଙ୍କୁ ନେଇ ଦୁଇଟି ନାଟକରୁ ଗୋଟିଏ ଲେଖାଏଁ ଦୃଶ୍ୟର ନିର୍ଦ୍ଦେଶନା ଦେଇଥିଲେ । ଚନ୍ଦ୍ରମଣି ନାଟ୍ୟ ସଂଘ ର ବରିଷ୍ଠ ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ଭାଗବତ ଘିଭେଲା, ଦୀନବନ୍ଧୁ ମହାରଣା, ସପନ କୁମାର ପଟ୍ଟନାୟକ, ରମାକାନ୍ତ ପ୍ରହରାଜ, ବିକାଶ ରଞ୍ଜନ ସିଂହଦେଓ, ବୀରେନ୍ଦ୍ର ରଥ, ସନ୍ତୋଷ କୁମାର ଦୁବେ, ଦେବେଶ ମାଧବ ସିଂହଦେଓ, ସରୋଜ କୁମାର ମହାଖୁଡ଼, ପଦ୍ମ ଲୋଚନ ନାୟକ, ଜୟନ୍ତ କୁମାର ନାୟକ, ରାକେଶ ଶତପଥି, ରଶ୍ମି ରଂଜନ ପ୍ରହରାଜ, ନୀଳ ମାଧବ ସିଂହଦେଓ, ପ୍ରଦୀପ କୁମାର ସିଂ (ବଡ଼ ବାବୁ), ସାଇ ପ୍ରସାଦ ମହାରଣା, ଉପେନ୍ଦ୍ର ମହାଖୁଡ଼ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.