ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ଧାର୍ମିକ ଅନୁଷ୍ଠାନ ମନ୍ଦିର, ମଠ ଗୁଡିକ ଭାରତର ପ୍ରାଣ କେନ୍ଦ୍ର ଅଟେ । ହେଲେ ପ୍ରାଚୀନ ସଭ୍ୟତାର ନିଦର୍ଶନ, ଧାର୍ମିକ ପୀଠସ୍ଥଳୀ ମନ୍ଦିର, ମଠ ଗୁଡିକ ରକ୍ଷଣା ବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଆମ ସଂସ୍କୃତି ଓ ପରମ୍ପରା ହିନ୍ଦୁ ଧର୍ମର ଧରୋହର ଆମ ଦେଶର ଧାର୍ମିକ ପୀଠସ୍ଥଳୀ ଗୁଡିକ ସହ ଅଙ୍ଗାଙ୍ଗୀ ଭାବରେ ଜଡିତ ରହିଥିବା ବେଳେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁର ଉନ୍ନତିକରଣ ପାଇଁ ଦୃଢ ସଂକଳ୍ପ ନେଇ ଅନୁଦାନ ପ୍ରଦାନ କରିଛନ୍ତି ଓ ଦଳୀୟ ନେତା, ଜନ ପ୍ରତିନିଧିଙ୍କୁ ସେସବୁର ସଫଳ ରୂପାୟନ ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଏହି କ୍ରମରେ କଳାହାଣ୍ଡିର ଉଦୀୟମାନ ଯୁବ ନେତା, ବିଜେଡିର ବରିଷ୍ଠ ସଂଗଠକ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକର ବେଲଖଣ୍ଡି ସ୍ଥିତ ଦ୍ବାଦଶ ଶତାବ୍ଦୀର ଐତିହାସିକ ବାବା ଧବଳେଶ୍ଵର ଶୈବପୀଠ, କଶୃପଡା ପଞ୍ଚାୟତ ଅନ୍ତର୍ଗତ ବିନେକେଲା ଠାରେ ଥିବା ପୁରାତନ ବାବା ସ୍ବପ୍ନେଶ୍ବର ମନ୍ଦିର, କନ୍ତେଶୀର ପଞ୍ଚାୟତର ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିର ଆଦି ଶୈବପୀଠ ଯାଇ ମହାଦେବଙ୍କ ଦର୍ଶନ କରିବାସହ ସ୍ଥାନୀୟ ଅଧିବାସୀ ମାନଙ୍କ ସହ ମନ୍ଦିର ଉନ୍ନତିକରଣ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଶ୍ରାବଣ ମାସ ସାରା ଶୈବ ପୀଠ ଗୁଡିକରେ କାଉଡ଼ିଆ ମାନେ ଜଳଲାଗି କରୁଥିବାରୁ ବଡି ଭୋରରୁ ମନ୍ଦିର ଗୁଡିକ ଚଳ ଚଞ୍ଚଳ ହୋଇ ଉଠିଥିବା ବେଳେ ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିଭିନ୍ନ ଶୈବପୀଠ ଠାରେ ପ୍ରବଳ ଭିଡ଼ ଲାଗିବା ସହ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା।ଏହି ଅବସରରେ ମନ୍ଦିର କମିଟି ଓ ଯୁବକମାନଙ୍କ ସହ ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ ବିଶେଷଜ୍ଞ ସଦସ୍ୟ ଶ୍ରୀ ଠାକୁର । ଗତ ମାସରେ ୫ଟି ସଚୀବଙ୍କ ନର୍ଲା ଗସ୍ତ କାର୍ଯ୍ୟକ୍ରମ ବେଳେ ନର୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ମନ୍ଦିର ଗୁଡିକର ଉନ୍ନତି କରଣ ପାଇଁ ଅନୁଦାନ ଘୋଷଣା କରିଥିଲେ । ଯାହା ପ୍ରତ୍ୟେକ ମନ୍ଦିରରେ ଖୁବ ଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଐତିହାସିକ ଧବଳେଶ୍ଵର ଶୈବପୀଠ ବେଲଖଣ୍ଡିକୁ ୫ଟି ମନ୍ଦିର ରୁପାନ୍ତରିକରଣ ପ୍ରକ୍ରିୟାରେ ସାମିଲ କରି ୪ କୋଟି ୨ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।