ଦୁର୍ନୀତି ବିରୁଦ୍ଧରେ ବିଜେପିର ବିକ୍ଷୋଭ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଦୁର୍ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରା ଯାଇଥିବା ଜଣାପଡିଛି । ଆଜି ତରଭା ପେଟ୍ରୋଲ ପମ୍ପ ଠାରୁ ବରିଷ୍ଠ ବିଜେପି ନେତା ବଲଦେବ ବେଦବାକ ଙ୍କ ନେତୃତ୍ବ ରେ ଶତାଧିକ ବିଜେପି କର୍ମୀ ଏକ ବାଇକ ରାଲିରେ ସହର ପରିକ୍ରମା କରି ସରକାର ବିରୋଧୀ ସ୍ଲୋଗାନ ମାନ ଦେଇ ନୂଆପଡା, ରଥପଡା, ମେହେର ପଡା, ସୁନାରି ପଡା, ମାରଓ୍ବାଡି ପଡା ଓ ଦୁର୍ଗାମଣ୍ଡପ ଦେଇ ବ୍ଲକ କାର୍ଯ୍ୟାଳୟ  ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ସରକାର ଙ୍କ ଠାରୁ ଆସୁଥିବା ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଙ୍କୁ ସାମିଲ ନ କରି ଲାଞ୍ଚ ଖାଇ ଧନିବ୍ଯକ୍ତି ଙ୍କୁ ଯେଉଁ ମାନଙ୍କର ଚାରି ଚକିଆ ଗାଡ଼ି ଓ ପକ୍କା ଘର ଅଛି ତାଙ୍କୁ ପ୍ରଦାନ କରା ଯାଉଛି । ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ, ସମସ୍ତ ସରକାରୀ ଅଫିସ ମାନଙ୍କରେ ହେଉଥିବା ୨୦ ରୁ ୨୫ ପ୍ରତିଶତ ପିସି କାରବାର ବନ୍ଦ କରାଯାଉ, ବ୍ଲକର ଗ୍ରାମାଞ୍ଚଳ ମାନଙ୍କରେ ଥିବା ନଳ କୂପ ମାନଙ୍କରୁ ବାହାରୁଥିବା ଫସଫରସ ମିଶା ପାଣି ପିଇ ଅନେକ ଲୋକ କିଡନୀ ରୋଗରେ ଆକ୍ରାନ୍ତ  ହେଉଛନ୍ତି। ତେଣୁ ଗ୍ରାମାଞ୍ଚଳ ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉ, ସୁବର୍ଣ୍ଣପୁର ଓ ତରଭା ଡାକ୍ତରଖାନା ରେ ତୁରନ୍ତ ଡାଇଲେସିସ ମେସିନ ସ୍ଥାପନ କରା ଯାଉ, ତରଭା ଡାକ୍ତରଖାନା ରେ ତୁରନ୍ତ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ପୁରଣ କରାଯାଉ ଏବଂ ବ୍ଲକ ଅଞ୍ଚଳ ରେ କୃଷି ଓ କୃଷକର ଉନ୍ନତି ପାଇଁ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଉ ପ୍ରଭୃତି ପାଞ୍ଚ ଦଫା ସମ୍ବଳିତ ଦାବୀପତ୍ର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅନିଲ କୁଲୁ ଙ୍କୁ ପ୍ରଦାନ କରା ଯାଇଛି । ଆଜି ବ୍ଲକ ସଭା ଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ବସିଥିବା ବିଡ଼ିଓ ଅନିଲ କୁଲୁ ଆସି ବିଜେପି କର୍ମୀ ଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ l ଏହି ଦାବିପତ୍ର ପ୍ରଦାନ ସମୟରେ ବଳଦେବ ବେଦବାକ ଙ୍କ ସମେତ ସରଗଜ ସରପଞ୍ଚ ନର୍ମଦା ମିଶ୍ର, ପବିତ୍ର କୁମାର ମିଶ୍ର, ସୁରେଶ କୁମାର ମିଶ୍ର, ବ୍ୟାସଦେବ ମିଶ୍ର, ସଂକୀର୍ତ୍ତନ କର୍ମୀ, ଜୟନାରାୟଣ ଗୁରୁ, ସାନନ୍ଦ କହଁର, ବୀରେନ୍ଦ୍ର ମହାନନ୍ଦ, ବିକି ସୁନା, ଭୀଷ୍ମ ବାଘ, ଗଙ୍ଗାରାମ ଦୀପ, ଜୟରାମ ଦୀପ ପ୍ରମୁଖ ଶତାଧିକ କର୍ମୀ ସାମିଲ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.