ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ସ୍ବଚ୍ଛତା ହିଁ ସେବା ଅଭିଯାନ ଭାରତ ବର୍ଷର ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ।ଯାହାକି ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସହିତ ସ୍ୱଚ୍ଛତା ଦିଗରେ ଜନସଚେତନତା ସୃଷ୍ଟି କରିବା ଓ ପ୍ରେରଣା ଦାୟକ କାର୍ଯ୍ୟ କରିବ ଏହି ଅଭିଯାନର ମୂଳ ଲକ୍ଷ୍ୟ।
ଏହି ପରିପେକ୍ଷିରେ ଆଜି ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସେବାଜଗତ, ସ୍ଥାନୀୟ ସାମାଜିକ ଅନୁଷ୍ଠାନ ଓ ବୁରାଟ ଗ୍ରାମବାସୀ ମାନଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଥିଲା। ଏଥିରେ ସେବାଜଗତ ତଥା ବିଭିନ୍ନ ଅନୁଷ୍ଠାନର ୩୭ଜଣ ସ୍ବେଛାସେବୀ ବାହାରି ବୁରାଟ ଗ୍ରାମର ସଫାଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ, ବୁରାଟ ଗ୍ରାମର ମୁଖିଆ ପୂର୍ଣ୍ଣ ଭାଇ ଓ ସେବାଜଗତ ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ଯୋଗଦେଇ ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିଥଲେ।