ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଖମ୍ବେଶ୍ବରୀ ପୀଠରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିର୍ଦ୍ଦେଶକ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଭବାନୀପାଟଣା ବ୍ଲକ ଗୋବରା ଗାଁ ଶଗଡା ସ୍ଥିତ ମାଁ ଖମ୍ବେଶ୍ବରୀ ମନ୍ଦିର ଓ ସୋମବାର ବଜାର ପ୍ରାଣଙ୍ଗରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ହରିଶଙ୍କର ପବ୍ଲିକ ସ୍କୁଲର ଅଧ୍ୟକ୍ଷ ମଧୁସୂଦନ ସ୍ୱାଇଁ ଯୋଗଦାନ ଦେଇଥିଲେ l ଏହି ଅବସରରେ ପରିବେଷକୁ କିପରି ସଫାସୁତୁରା ରଖାଯିବ ଓ  ଯୁବଗୋଷ୍ଠୀଙ୍କ ଭୂମିକା ଉପରେ ଉପସ୍ଥିତ ସମସ୍ତ ଯୁବକ ଯୁବତୀଙ୍କୁ ମାର୍ଗଦର୍ଶନ କରିଥିଲେ l ସେହିପରି ଜନ ଶିକ୍ଷଣ ସଂସ୍ଥାନର ପ୍ରୋଗ୍ରାମ ଅଫିସର ବୁଲୁ ପଳେଇ ଯୋଗଦେଇ ଜନ ଶିକ୍ଷଣ ଦ୍ୱାରା ଦିଆ ଯାଉଥିବା ବିଭିନ୍ନ କୌଶଳ ଶିକ୍ଷା ଉପରେ ବୁଝେଇବା ସହ ପରିବେଷକୁ ସଫା ରଖିବା ଉପରେ ଅବଗତ କରେଇଥିଲେ l ସେହିପରି ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ଗଙ୍ଗାଧର ନାଏକ, ଆକାଉଣ୍ଟଣ୍ଟ ଅମ୍ବେ ପ୍ରସାଦ ପ୍ରଧାନୀ, ସଂଯୋଜକ କ୍ଷୀରମାଣୀ କୁମ୍ଭାର ଯୋଗ ଦେଇଥିଲେ l ଏହି ଅବସରରେ ଅଞ୍ଚଳର ତିଳଯୋଡି, ଗୋବରା, କୂତରୁଖମାରର ଶତାଧିକ ଯୁବକ ଯୁବତୀ ଯୋଗଦାନ ଦେଇ ମନ୍ଦିର ପରିସରରେ ପଡ଼ିଥିବା ପଲିଥିନ, ପାଣି ବୋତଲ, ମଦ ବୋତଲ ପରି ଅନେକ ମଇଳାକୁ ସଫା କରିଥିଲେ l ସେହିପରି ବଜାର ପଡିଆରେ ପଡ଼ିଥିବା ଅଳିଆ ଆବର୍ଜନା ସବୁ ସଫା କରାଯାଇଥିଲା l ସମସ୍ତ ଅଳିଆ ଆବର୍ଜନା ସଫା କଲାପରେ ଶେଷରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ଥିବା ସମସ୍ତେ ସପ୍ତାହକୁ ୨ଘଣ୍ଟା ପରିବେଶ ପ୍ରତି ସମୟ ଦେଇ ବିଭିନ୍ନ କାର୍ଯ୍ୟ କରିବା ସହ ଅଳିଆ ଆବର୍ଜନା ମୁକ୍ତ କରିବାପାଇଁ ଶପଥ ନେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଯଶୋବନ୍ତ ରଣା, ଦେବାଶିଷ ସାହୁ, ଜୁଲି ଯୋଶୀ, ଶମ୍ଭୁ ବିଶି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ହେବାରେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.