ସୋନପୁରରେ ଚିତ୍ରଗୁପ୍ତ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର : (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା କରଣ ସମାଜ ପକ୍ଷରୁ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଚିତ୍ରଗୁପ୍ତ ପୂଜା ପାଇଁ ଚିତ୍ରଗୁପ୍ତ କଲ୍ୟାଣ ସମିତି ଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲା କରଣ ସମାଜର ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ବିଗତ ବର୍ଷର ଆୟ ବ୍ୟୟ ସମ୍ପର୍କରେ ଆଲୋଚନା କରିବା ସହିତ ଚଳିତ ବର୍ଷ ପୂଜା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ସର୍ବସମ୍ମତ୍ତି କ୍ରମେ ପ୍ରସ୍ତାବ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ l ଆଲୋଚନା ମାଧ୍ୟମରେ ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବରେ ସୋନପୁର ବ୍ଲକ ଲଛିପୁର ଗ୍ରାମର ଗୋବିନ୍ଦ ପଟ୍ଟନାୟକ ବସିବା ପାଇଁ ସ୍ଥିର କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣି ଉତ୍ସବ କିପରି ଭଲଭାବରେ କରାଯିବ ସେନେଇ ବୈଠକରେ ସ୍ଥିର କରାଯାଇଥିଲା l ଏହା ସହିତ ପୂଜା ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କ ଳରେ ଆଲୋଚନା ହେବା ନେଇ ସୂଚନା ଦିଆଯାଇଥିଲା l ଏହି ବୈଠକରେ ଜିଲ୍ଲା କରଣ ସମାଜର ସମ୍ପାଦକ ଦେବ କିଶୋର ଦାନୀ, କୋଷାଧ୍ୟକ୍ଷ୍ୟ ଜ୍ୟୋତି ରଂଜନ ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ଶରତ ମହାପାତ୍ର, ଦୁର୍ଗା ମାଧବ ବହିଦାର, ବଳରାମ ପଟ୍ଟନାୟକ, ରାଜେଶ ପଟ୍ଟନାୟକ, ଦିବ୍ୟ ପ୍ରକାଶ ପଟ୍ଟନାୟକ, ଶ୍ରୀକାନ୍ତ ମହାନ୍ତି, ଚନ୍ଦନ ବହିଦାର, ପୁଷ୍ପକ ରାୟ, ରଜତ ପଟ୍ଟନାୟକ, ତାପସ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.