ପରବାଙ୍ଗି କ୍ଲଷ୍ଟର ସ୍ତରୀୟ ସୁରଭି- ୨୦୨୩ ଅନୁଷ୍ଠିତ

ପାଠ ସହିତ କ୍ରୀଡା କ୍ଷେତ୍ରରେ ମନୋନିବେଶ କରି ଛାତ୍ରଛାତ୍ରୀ କ୍ୟାରିଅର ଗଠନ କରି ପାରିବେ- ହରିଶଙ୍କର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ନର୍ଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ପରବାଙ୍ଗି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନିଶାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରରେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ନବୀନ ବେମାଲଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କରି ବିଘ୍ନ ବିନାଶକ ଗଣପତିଙ୍କ ଠାରେ ପୂଜାର୍ଚ୍ଚନା କରି ଆନୁଷ୍ଠାନିକ ଭାବରେ ସୁରଭି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ନିଶାନପୁର ହାଇସ୍କୁଲର ସହକାରୀ ଶିକ୍ଷକ ବିରେନ୍ଦ୍ର ପଧାନ, ଉଳିକୁପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ମେହେର ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ମୁଖ୍ୟ ଅତିଥି ମାଣ୍ଡିଆ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ପୋଷଣ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ କହିବା ସହ ପାଠ ସହିତ କ୍ରୀଡା ପ୍ରତି ମଧ୍ୟ ଛାତ୍ରଛାତ୍ରୀ ମନୋନିବେଶ କରି କ୍ୟାରିୟର ଗଠନ କରି ପାରିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ସିଆରସିସି ଶ୍ରୀ ବେମାଲ ସ୍ୱଗାତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷକ ଅନୀଲ ପଧାନ ଓ ଜିତେନ୍ଦ୍ରିୟ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଶାନପୁର ପ୍ରଧାନ ଶିକ୍ଷକ କେଦାର ନାଗ, ନାଥୁରାମ ମାଝି, ନବୀନ ରଣା, ପ୍ରହଲ୍ଲାଦ ଡାକୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଦମୟନ୍ତୀ ମାଝି, ସ୍ବର୍ଣ୍ଣଲତା ମହାନ୍ତି, ଶିକ୍ଷକ ବିକ୍ରମ ମହାପାତ୍ର, ଶିଶିର କହଁର, ପର୍ଶୁରାମ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠିତ ହୋଇଥିବା ଚିତ୍ରଙ୍କନ, ରଚନା, ବକ୍ତୃତା, ନୃତ୍ୟ ପ୍ରଭୃତିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅପରାହ୍ନରେ ମନୋରଞ୍ଜନର କାର୍ଯ୍ୟକ୍ରମ ନୃତ୍ୟ ପରିବେଷିତ ହୋଇଥିଲା । ଶେଷରେ ଶିକ୍ଷକ ଅନୀଲ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.