ସଇଁତଲାରେ ପହଞ୍ଚିଲା ସାଇବର ସୁରକ୍ଷା ଅଭିଯାନ ରଥ

ଠକାମୀରୁ ଦୂରରେ ରହିବା ପାଇଁ ଲୋକଙ୍କୁ ପରାମର୍ଶ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଦିନକୁ ଦିନ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି l ଏହି ଠକାମୀ ବିଷୟରେ ସଚେତନତା ଅଭାବରୁ ଅନେକ ଲୋକ ଠକମାନଙ୍କର ଜାଲରେ ଫସି ଯାଉ ଦେଖାଦେଇଛି । ଏପରିକି ଅଶିକ୍ଷିତମାନେ ଏହାର ଶୀକାର ହେଉଥିବା ବେଳେ ଶିକ୍ଷିତ ଯୁବପିଢ଼ିମାନେ ମଧ୍ୟ ଏହାର ଶିକାର ହେଉଥିବା ଅଭିଯୋଗ ହେଉଛି । ଏହି ସାଇବର ଠକେଇରୁ ଲୋକେ ବଞ୍ଚିତ ହେବା ପାଇଁ ଓଡ଼ିଶା ପୋଲିସ ଠକାମୀକୁ ରୋକିବା ପାଇଁ ସଚେତନତା ଆରମ୍ଭ କରିଛି । ଏହି ପରିପେକ୍ଷୀ ସୋମବାର ସାଇବର ସୁରକ୍ଷା ଅଭିଯାନ ରଥ ସଇଁତଲା ଠାରେ ପହଞ୍ଚିବା ପରେ ସଇଁତଲା ପୁଲିସ ଓ ଜନସାଧାରଣ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବିଡ଼ିଓ ଚନ୍ଦ୍ରମଣି ନାଗ, ତହସିଲଦାର ମାନସଫିଲ କେରକେଟା, ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ସିଡିପିଓ ସବିତା ଦାସ, ସଇଁତଲା ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ, ବରିଷ୍ଠ ନାଗରିକ ମଦନଲାଲ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ l ଏହି ସାଇବାର ସୁରକ୍ଷା ଅଭିଯାନରେ ମୁଖ୍ୟତଃ ସାମାଜିକ ଗଣମାଧ୍ୟମ ବ୍ୟବହାରରେ ସତର୍କତା, ପିଲାମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବା, ବିଭିନ୍ନ ଅର୍ଥ କାରବାରରେ ସତର୍କତା, ଅନ୍‌ଲାଇନ ସପିଙ୍ଗ୍‌, ଟାୱାର ବସେଇବା ନାମରେ ହେଉଥିବା ଠକେଇ, ମିଥ୍ୟା ନିଯୁକ୍ତି ଠକେଇ ଭଳି ଅନେକ ସାଇବର ଠକେଇରେ ଲୋକେ ହେଉଥିବା ଠକାମୀର ଶିକାରରୁ କିଭଳି ସୁରକ୍ଷା କରାଯାଇ ପାରିବ ସେ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ସଇଁତଲା ଥାନା ପରିସରରେ ସଚେତନତା ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକମାନଙ୍କୁ ବୁଝାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଅଧ୍ୟକ୍ଷତା କରିଥିବା ବେଳେ ସଇଁତଲା ଆଇଆଇସି ଅବନୀ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ଏଥିରେ ବଲାଙ୍ଗିର ସାଇବର ଥାନା ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା ସାଇବର ଠକେଇରେ ଶୀକାର ହେଉଥିବା ଲୋକେମାନେ କିପରି ମୁକ୍ତି ପାଇବେ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ l ସଇଁତଲା ଏସଆଇ ଆଲୋକ ପ୍ରସାଦ ଭୋଇ, ଟିକ୍ରାପଡା ଫାଣ୍ଡି ଅଧିକାରୀ ଗୋପାଳ ମିଶ୍ର, ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀଙ୍କ ସମେତ ସଇଁତଲା ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ, ସାମ୍ବାଦିକ, ଶିକ୍ଷକ ଶିକ୍ଷୟତ୍ରୀ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସରପଞ୍ଚ, ସମିତି ସଭ୍ୟସଭ୍ୟା, ଅଙ୍ଗନୱାର୍ଡ କର୍ମୀ, ଆଶା କର୍ମୀ, ସିଆପିସିଏମ, ଏମବିକେ, ଥାନା କର୍ମଚାରୀ, ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.