ଲାଞ୍ଜିଗଡ଼ରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗାଁ ଗାଁରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଏହି ପରିପ୍ରେକ୍ଷୀରେ ଆଜି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ଼ ବ୍ଲକରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଗ୍ରାମ ପଞ୍ଚାୟତର ବିନାୟକପୁର ଠାରେ ଏକ ବୈଠକ ପରେ ପଦଯାତ୍ରା ଶୁଭାରମ୍ଭ ହୋଇଥିଲା। ଏହି ପଦଯାତ୍ରା ପୋଖରୀବନ୍ଧ ଗ୍ରାମ ପଞ୍ଚାୟତର ମେଲଘୁଟୁ ଓ କର୍ଲାକୁପାଗାଁ ପରିବର୍ତ୍ତନ ପରେ ଖେଳ ପଡିଆ ପରିସରରେ ପହଞ୍ଚିଥିଲେ। ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇଙ୍କ ନେତୃତ୍ବରେ ପଦଯାତ୍ରାରେ ହଜାର ହଜାର ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାଏକ, ୧ନଂ ଜିଲ୍ଲାପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ୨ନଂ ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ, ଲାଞ୍ଜିଗଡ଼ ବ୍ଲକ ସଭାନେତ୍ରୀ ସୁଜିତା ଘଡେ଼ଇ, ୧ନଂ ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଲାଞ୍ଜିଗଡ଼ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ଜିଲ୍ଲା ସମ୍ପାଦକ ଜଗଦିଶ ବେନିଆଁ, ପାତ୍ର ମାଝୀ, ବିଜେଡ଼ି ଯୁବ ନେତା ହିମାଦ୍ରି ପେସନିଆ, ବିଜେଡ଼ି ନେତା ଟଙ୍କଧର ମାଝୀ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ହରିଶଙ୍କର ପାତ୍ର, ଲାଞ୍ଜିଗଡ଼ ବିଜୁ ଛାତ୍ର ସଭାପତି ଅଜିତ ପ୍ରଧାନୀ, ନିର୍ବାଚନମଣ୍ଡଳୀ ଛାତ୍ର ବିଜେଡ଼ି ସଭାପତି ସୌରଭ ପାତ୍ର, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଲ, ଲାଞ୍ଜିଗଡ଼ ବ୍ଲକ ମିଡିଆ ସେଲ୍ ସଭାପତି ସନ୍ତୋଷ କୁମାର ତୁଳ, ଉପସଭାପତି ମୁକେଶ ବେହେରା ଲାଞ୍ଜିଗଡ଼ ମିଡ଼ିଆ ସଂଯୋଜକ ଅର୍ଜୁନ ନାଏକ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ହରେକୃଷ୍ଣ ଘଡ଼େଇ, ସରୋଜ ପ୍ରଧାନ, କୁନା ପରିଡ଼ା, ସୁବନ ଭୋଇଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ନିମନ୍ତେ ସବୁ ସମୟରେ ଜାରି ରଖିଛନ୍ତି। ଦଳର କର୍ମକର୍ତ୍ତା ତଥା ଗାଁରୁ ସହର ସବୁଠି ଲୋକ ସେବାରେ ନିୟୋଜିତ ଅଗଣିତ କର୍ମୀଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ତ୍ୟାଗ ଯୋଗୁଁ ବିଜେଡ଼ି ଲୋକଙ୍କ ନିକଟତର ହୋଇ ପାରିଛି ବୋଲି ଅତିଥି ମାନେ ଉଦବୋଧନ ଦେଇଥିଲେ। ଏଥିରେ ବିଜେଡ଼ି କର୍ମୀ ଦେବାର୍ଚନ ବେହେରା, ସଂକୀର୍ତ୍ତନ ବେହେରାଙ୍କ ସମେତ ଲାଞ୍ଜିଗଡ଼ ବ୍ଲକ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତି ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.