ବାପୁଜୀ କ୍ଳଷ୍ଟର୍ ସ୍ତରୀୟ ୪ର୍ଥ ମାସିକ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହର ସ୍ଥିତ ବାପୁଜୀ କ୍ଳଷ୍ଟର୍ ସ୍ତରୀୟ ୪ର୍ଥ ମାସିକ ବୈଠକ ସରକାରୀ ପ୍ରାଥମିକ ବିଦ୍ୟାଳୟ, କାଳୀମନ୍ଦିର ପଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଆବାହକ ସିଆରସିସି ମିନତି କୁମାରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଓ ପରିଚାଳନାରେ ତ୍ବରାନ୍ବିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଅତିଥି ଭାବେ ଯୋଗ ଦେଇଥିବା ବେଳେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଏଫ୍ଏଲ୍ଏନ୍ ସମର୍ପିତ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ସିଆରସିସି ଶ୍ରୀମତୀ ପ୍ରଧାନ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ ଦିଗରେ ଶ୍ରେଣୀଗୃହ ମଧ୍ୟରେ କିଭଳି ଶିକ୍ଷଣ ଫଳାଫଳ ବଳବତୀ କରିପାରିବେ, ତାକୁ ଆଖିରେ ରଖି ଏକ ଆଦର୍ଶ ନମୁନା ଶିକ୍ଷଣ କାର୍ଯ୍ୟ ଭାଷା ଓ ଗଣିତର ୧୨୦ମିନିଟ ଏବଂ ୯୦ ମିନିଟର ସାକ୍ଷରତା କିଟ୍, ଗଣିତ କଳିକା ଆନ୍ଦୋଳନ କିଟ୍ ଆଦି ବ୍ୟବହାର କରି ସିଆରଏ ପଦ୍ଧତିରେ ଗୁଣନ ପିଲାଙ୍କୁ ନେଇ କରିଥିଲେ। ଏଥିସହ ରାଜ୍ୟ ଶିକ୍ଷା ଉପଲବ୍ଧି ସର୍ବେକ୍ଷଣ ସମ୍ପର୍କରେ ବୁଝାଇ ଥିଲେ। ପରେ ପିପିଟି ସାହାଯ୍ୟରେ ସମସ୍ତ ଆବଶ୍ୟକତା ଓ ପ୍ରଦତ୍ତ ବିଷୟକୁ ବୁଝାଇଥିଲେ। ଶେଷରେ ଆଗାମୀ ମାସ ଗୁଡିକରେ କଣ ମିଶନ ରଖିବେ ପ୍ରତିଶ୍ରୁତି ରଖି ତାହାକୁ ପାଠ କରାଇବା ସହିତ ସକାରାତ୍ମକ ପଦକ୍ଷେପ ଗ୍ରହଣ, ମାନସିକ ଭାବରେ ପ୍ରସ୍ତୁତି, ସଚେତନତା ସୃଷ୍ଟି କରିବାର ଉପାୟ, ଟିଏଲ୍ଏମ୍ ପ୍ରଦର୍ଶନ କରି ଶିକ୍ଷଣ ଫଳାଫଳ ଗୁଡିକ ହାସଲ କରିବା ସହିତ କ୍ଳଷ୍ଟରର ସମସ୍ତ ଦିଗକୁ ସୁନ୍ଦର, ସମୃଦ୍ଧ କରିବାର ପଣ ରଖିବା ଆଦି କରାଯିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.