ସୋନପୁର ମା ଭଗବତୀ ପୀଠରେ ଚଣ୍ଡି ଯଜ୍ଞ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସ୍ଥିତ ସର୍ବ ପୁରାତନ ମା ଭଗବତୀ ଶକ୍ତି ପୀଠ ଠାରେ ଶାରଦୀୟ ନବରାତ୍ରର ମହାଷ୍ଟମୀ ତିଥିରେ ସପ୍ତଶତୀ ଚଣ୍ଡି ମହାଯଜ୍ଞ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି l ଆଚାର୍ଯ୍ୟ ପଣ୍ତିତ ଆନନ୍ଦ କୁମାର ମିଶ୍ର ସମଗ୍ର ପୂଜା କାର୍ଯ୍ୟ ନିର୍ବାହ କରି ଥିବା ବେଳେ ପ୍ରଦୀପ ମହାପାତ୍ର, ପିଣ୍ଟୁ ମିଶ୍ର, ରାଜ କିଶୋର ତ୍ରିପାଠୀ, ମାନଭଞ୍ଜନ ମିଶ୍ର, ଚକ୍ରଧର ମହାପାତ୍ର, ମାନସ ପାଢ଼ୀ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ l ସହଯୋଗୀ ସୁରୁବାବୁ ଡାଙ୍ଗୁଆ, ହୃଷୀକେଶ ସାହୁ, ତିଲୋଚନ ବାରିକ, ବିଶ୍ବ ରଞ୍ଜନ ପୂଜାରୀ, ହରି ଶଙ୍କର ପାଢ଼ୀ, କାହ୍ନୁ ବୁଡେକଙ୍କ ସହ ସମସ୍ତ ଭକ୍ତଙ୍କ ସହଯୋଗରେ ଯଜ୍ଞ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର କମିଟିର ବରିଷ୍ଠ ସଭ୍ୟ ତ୍ରିପୁରାରୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ମନ୍ଦିର ପୂଜକ ସୁରୁବାବୁ ଥନାପତି ଏବଂ ଦେବେଶ ଥନାପତିଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.