ରାବଣ ଦହନ ପାଇଁ ପ୍ରସ୍ତୁତ ରୁପ୍ରାରୋଡ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ପବିତ୍ର ବିଜୟା ଦଶମୀ। ଏହି ଦିନ ଭଗବାନ ଶ୍ରୀରାମ ଲଙ୍କାପତି ଦଶାନନ ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ହ୍ରାସ କରିଥିଲେ। ଏଥିପାଇଁ ଆଜି ଦିନରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣର ଦହନ କରାଯିବ। ଏଥିପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ପାଇଁ ଆୟୋଜକଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ସେହି ଦୃଷ୍ଟିରୁ ରୁପ୍ରାରୋଡରେ ମଧ୍ୟ ରାବଣପୋଡ଼ି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଠାରେ ରାବଣ ଦହନ କମିଟି ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡିଆକୁ ଚୟନ କରାଯାଇଛି। ଦୀର୍ଘ ବର୍ଷପରେ ଏଠାରେ ରାବଣ ଦହନ ହେବାକୁ ଯାଉଥିବାରୁ ଅଞ୍ଚଳରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ଆଜି ଅକ୍ଟୋବର ୨୪ ତାରିଖ ମଙ୍ଗଳବାର ବିଜୟା ଦଶମୀ ତିଥି ସନ୍ଧ୍ୟା ୬ରେ ରୁପ୍ରାରୋଡ ହାଇସ୍କୁଲ ପଡ଼ିଆଠାରେ ରାବଣ ପୋଡ଼ି ହେବାନେଇ  ରାବଣ ଦହନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.