ବିଜୟା ଦଶମୀରେ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାଇତ୍ୱ

ଥିଲେ ଫାଇବ୍-ଟି ସଚିବ, ଏବେ ହେଲେ ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ନବୀନ ଓଡିଶା ଓ ଫାଇବ୍-ଟିର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ ହେଲେ ଭି.କେ. ପାଣ୍ଡିଆନ।  ଏହା ଏକ କ୍ୟାବିନେଟ ମନ୍ତ୍ରୀ ପାହ୍ୟା। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସେ ସିଧାସଳଖ କାମ କରିବେ। ଗତକାଲି (ଅକ୍ଟୋବର ୨୩) ସ୍ବେଚ୍ଛାକୃତ ଅବସର ନେଇଥିଲେ ପାଣ୍ଡିଆନ। ଏହାର ଦିନକ ପରେ ପବିତ୍ର ବିଜୟା ଦଶମୀ ଦିନ ତାଙ୍କୁ ମିଳିଛି ନବୀନ ଓଡିଶା ଓ ଫାଇବ୍-ଟିର ଅଧ୍ୟକ୍ଷ ଦାୟିତ୍ଵ। ଏଠାରେ ସୂଚନା ଯୋଗ୍ୟ ଯେ, ୨୦୦୦ ବ୍ୟାଚ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ ଅକ୍ଟୋବର ୨୩ରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏଥି ପାଇଁ ସେ ପୂର୍ବରୁ କେନ୍ଦ୍ରକୁ ଭିଆରଏସ ପାଇଁ ଆବେଦନ କରିଥିଲେ। ସର୍ବଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ କେନ୍ଦ୍ର ମନ୍ତ୍ରଣାଳୟ ତାଙ୍କ ଅବସରକୁ ମଞ୍ଜୁର କରିଥିଲେ। ତେବେ ପାଣ୍ଡିଆନ ଭିଆରଏସ ନେବାର ଦିନକ ପରେ ନବୀନ ଓଡିଶା ଓ ଫାଇବ୍-ଟିର ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିଥିବାରୁ ରାଜ୍ୟ ରାଜନୀତି ସରଗରମ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.