ପବିତ୍ର ବିଜୟାଦଶମୀରେ ଖଲ୍ଲିକୋଟ ସହର ଉତ୍ସବ ମୁଖର, ଝିଲମିଲ ଆଲୋକମାଳା ସାଙ୍ଗକୁ ପ୍ରବଳ ଜନସମାଗମ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପବିତ୍ର ଦୁର୍ଗାପୂଜା ଓ ବିଜୟା ଦଶମୀ ଉପଲକ୍ଷେ ଖଲ୍ଲିକୋଟ ବ୍ଲକର ଗାଁରୁ ସହର ଉତ୍ସବମୁଖର ହେବା ସହ ଝିଲମିଲ ଆଲୋକମାଳା ସାରା ସହର ଗଳିକନ୍ଦି ପ୍ରଜ୍ବଳିତ ହେବା ସାଙ୍ଗକୁ ପ୍ରବଳ ଜନ ସମାଗମ ହେବା ଦେଖିବାକୁ ମିଳିଛି। ଖଲ୍ଲିକୋଟ ସହରରେ ଗତ ୭୫ ବର୍ଷ ହେବ ଦୁଇ ବାଡରେ ବିଭକ୍ତ ହୋଇ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି। ଉଭୟ ପକ୍ଷ ପୃଥକ ଦୁର୍ଗାପୂଜା ପାଳନ କରୁଥିବା ବେଳେ ପାରମ୍ପରିକତା ବଜାୟ ରଖିଛନ୍ତି। ଉଭୟ ପକ୍ଷ ନାଚଗୀତ ଓ ସାହି ବେଶ ସାଙ୍ଗକୁ ରାମାୟଣ, ମହାଭାରତ ଭଳି ପୌରାଣିକ ନୃତ୍ୟମାନ ମଞ୍ଚସ୍ଥ କରିଥାନ୍ତି। ସେହିପରି ବିଲ୍ଵବରଣ ଠାରୁ ଶୁଭଖୁଣ୍ଟି ପ୍ରତିଷ୍ଠା ପରେ ଉଭୟ ପକ୍ଷ ଖଲ୍ଲିକୋଟର ଅଧିଷ୍ଠାତ୍ରୀ ଦେବୀ ମା’ ବାହୁତୀଙ୍କ ଆଜ୍ଞାମାଳ ପାଇବା ପରେ ଦୁର୍ଗା ପୂଜା ଆରମ୍ଭ ହୋଇଥାଏ। ପ୍ରତିବର୍ଷ ଭଳି ଚଳିତବର୍ଷ ପାରମ୍ପରିକ ଦୁର୍ଗାପୂଜା ଧୁମଧାମରେ ପାଳିତ ହେଉଥିବା ବେଳେ ଲୋକମାନେ ମନଭରି ଉପଭୋଗ କରୁଛନ୍ତି। ଏହାସହିତ ଯାତ ପରମ୍ପରା ଲାଗି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥନରୁ ଲୋକମାନେ ଏହି ଦୁର୍ଗା ପୂଜା ଉପଭୋଗ କରିବାକୁ ଆସିଥାନ୍ତି। ପବିତ୍ର ବିଜୟାଦଶମୀ ଅବସରରେ ଉଭୟ ପକ୍ଷ ତରଫରୁ ୨୪ଘଣ୍ଟିଆ ରାମାୟଣ ନାଟକ ମଞ୍ଚସ୍ଥ ହେବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.