ଖେଳାଳିଙ୍କ ସହ ଚୁକ୍ତି କଲା ଇସିବି, ଷ୍ଟୋକ୍ସ ବର୍ଷେ ପାଇଁ ଅନୁବନ୍ଧ

ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ଇଂଲଣ୍ଡ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ ସହ ନୂତନ ଚୁକ୍ତି ମିଆଦର ଘୋଷଣା କରିଛି । ତେବେ ଏଥିରେ ଟେଷ୍ଟ ଟିମ ଅଧିନାୟମ ବେନ ଷ୍ଟୋକ୍ସଙ୍କୁ ବର୍ଷେ ପାଇଁ ଚୁକ୍ତିବଦ୍ଧ କରାଯାଇଛି । ସେହିପରି ୪୧ ବର୍ଷୀୟ ପେସ ବୋଲର ଜେମ୍ସ ଆଣ୍ଡରସନଙ୍କୁ ମଧ୍ୟ ଗୋଟିଏ ବର୍ଷ ପାଇଁ ଚୁକ୍ତି କରାଯାଇଛି । ବିଶ୍ୱକପ ଟିମ ସଦସ୍ୟ ଡେଭିଡ ୱିଲିଙ୍କୁ କୌଣସି ପ୍ରକାର ଚୁକ୍ତି ମିଆଦରେ ସାମିଲ କରାଯାଇ ନାହିଁ । ହ୍ୟାରୀ ବ୍ରୁକ, ଜୋ ରୁଟ ଓ ମାର୍କ ଉଡଙ୍କ ସହ ୩ ବର୍ଷର କଂଟ୍ରାକ୍ସ ସାଇନ କରାଯାଇଛି । ରେହାନ ଅହମ୍ମଦ, ଜୋଫ୍ରା ଆର୍ଚ୍ଚର, ଗସ ଆଟିକସନ, ଜନୀ ବେୟାରଷ୍ଟୋ, ଜୋସ ବଟଲର, ବ୍ରେଣ୍ଡନ କର୍ସ, ଜ୍ୟାକ କର୍ଲେ, ସାମ କରନ, ବେନ ଡକେଟ, ଲିୟାମ ଲିଭିଂଷ୍ଟୋନ, ଅଲୀ ପୋପ, ମାଥ୍ୟୁ ପୋଟ୍ସ, ଅଦିଲ ରଶିଦ, ଜୋଶ ଟଙ୍ଗ ଓ କ୍ରିସ ୱକସଙ୍କ ସହ ୨ ବର୍ଷୀୟା ଚୁକ୍ତି କରାଯାଇଛି । ସେହିପରି ମୋଇନ ଅଲୀ, ଜେମ୍ସ ଆଣ୍ଡରସନ, ବେନ ଫକ୍ସ, ଜ୍ୟାକ ଲୀଚ, ଡେଭିଡ ମଲାନ, ଓଲୀ ରବିନସନ, ବେନ ଷ୍ଟୋକ୍ସ ଓ ରସ ଟପଲେଙ୍କୁ ୧ ବର୍ଷ ପାଇଁ ଚୁକ୍ତିବଦ୍ଧ କରାଯାଇଛି । ମାଥ୍ୟୁ ଫିଶର, ସାକିବ ମେହମୁଦ ଓ ଜନ ଟର୍ଣ୍ଣରଙ୍କ ସହ ଡେଭଲେପମେଂଟ ଚୁକ୍ତି ସାଇନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.