ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଗୋପବନ୍ଧୁପଡା ଠାରେ ଥିବା ରାମ ମନ୍ଦିର ପରିସରରେ ଗୋବିନ୍ଦ ନାରାୟଣୀ ବଟିକା ଉଦଘାଟିତ ହୋଇଯାଇଛି । ଏଥିରେ ଗୋବିନ୍ଦରାମଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଗୋବିନ୍ଦ ନାରାୟଣୀ ବାଟିକାକୁ ଫିତା କାଟି ଆନୁଷ୍ଠାନିକ ଉଦଘାଟନ କରିଥିଲେ । ପରେ ମୋହନଲାଲ ଅଗ୍ରୱାଲଙ୍କ ଉଦ୍ୟମ ଯୋଗୁଁ ଆଗାମୀ ଦିନରେ ରାମ ମନ୍ଦିରଠାରେ ଷ୍ଟଲ ନିର୍ମାଣ ପାଇଁ ମୁଖ୍ୟଅତିଥି ଶ୍ରୀ ସିଂ ଭୋଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ସମୟରେ ସୀତାରାମ ଅଗ୍ରୱାଲ, ତୁଳସୀରାମ ଅଗ୍ରୱାଲ, ପ୍ରବୀଣ ଅଗ୍ରୱାଲ, ଶକୁନ୍ତଳା ଅଗ୍ରୱାଲ, ମଣିଦେବୀ ଅଗ୍ରୱାଲ, ପ୍ରିୟା ଅଗ୍ରୱାଲ, ମଦନଲାଲ ଅଗ୍ରୱାଲ, ଶ୍ରୀକିଷାନ ଅଗ୍ରୱାଲ, ଅର୍ଜୁନଲାଲ ଅଗ୍ରୱାଲ, ପ୍ରମୋଦ ଅଗ୍ରୱାଲ, ରାଜେନ୍ଦ୍ର ଅଗ୍ରୱାଲ ସଞ୍ଜୟଅଗ୍ରୱାଲ ଅସୀମ ବେହେରା, ପବନ ଅଗ୍ରୱାଲ ରାମତାର ମରଡ଼ିଆ, ଦୁର୍ଗସ ସାହୁ, ନନ୍ଦ କିଶୋର ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, କିଶୋର ଅଗ୍ରୱାଲ, ସୀତାରାମ ପଟ୍ଟନାୟକ , ବାବଳୁ ପଣ୍ଡା, ବିଶାଳ ଅଗ୍ରୱାଲଙ୍କ ସମେତ ରାମ ମନ୍ଦିର କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।