ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ଲୋଗୋ ଉନ୍ମୋଚିତ

ନଭେମ୍ବର ମାସ ୨୧ ଓ ୨୨ରେ ଶତ ବାର୍ଷିକୀ ମହୋତ୍ସବ

ଖୁବ୍ ଶୀଘ୍ର ହେବ ଚନ୍ଦ୍ର ମଣି ନାଟ୍ୟ ସମ୍ମାନ ଘୋଷଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଶ୍ରୀରାମ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଳାକାର କୃପାସିନ୍ଧୁ ତ୍ରିପାଠୀ, ଅନ୍ୟତମ ଅତିଥି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନିର୍ଦ୍ଦେଶକ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଉପ ସଭାପତି ଚିତ୍ତ ରଞ୍ଜନ ବାଗ ମଞ୍ଚାସୀନ ରହିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ଲୋଗୋ ଉନ୍ମୋଚନ ହୋଇଥିଲା। ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ସାଂସ୍କୃତିକ ସଂପାଦକ ଶ୍ରୀପତି ପଟ୍ଟନାୟକ, ରାକେଶ ଶତପଥି, ରମାକାନ୍ତ ପ୍ରହରାଜ, ନୀଳ ମାଧବ ସିଂହଦେଓ ସହଯୋଗ କରିଥିଲେ। ସଭା ପ୍ରାରମ୍ଭ ରେ ସମ୍ପାଦକ ହେମନ୍ତ ସାହୁ ଶତ ବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକରୁ ଅଦ୍ୟାବଧି ହେଇ ଥିବା ପ୍ରଗତି ସମ୍ପର୍କରେ ସୂଚନା ଦେବା ସହ ଏହି ମହୋତ୍ସବ ଚଳିତ ବର୍ଷ ଆଗାମୀ ନଭେମ୍ବର ମାସ ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ମହା ସମାରୋହରେ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ଚନ୍ଦ୍ର ମଣି ନାଟ୍ୟ ସଂଘକୁ ନେଇ ନିଜର ପିଲାଦିନର ଅନୁଭୂତି ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥି ଶ୍ରୀଯୁକ୍ତ ସିଂହ ଦେଓ ଚନ୍ଦ୍ର ମଣି ନାଟ୍ୟ ସଂଘ ଆମ ମାଟିର ଏକ ପରିଚୟ, ଏହି ଶତ ବାର୍ଷିକୀ ମହୋତ୍ସବକୁ ଧୁମ୍ ଧାମରେ ପାଳନ କରିବା ନିମନ୍ତେ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସଭାପତି ଶ୍ରୀଯୁକ୍ତ ମିଶ୍ର ଏହି ମହୋତ୍ସବ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିବା ବେଳେ ଉପ ସଭାପତି ଶ୍ରୀଯୁକ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର ମାଗୁଣି ପୁରୋହିତ, ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ଭୁବନ ବିକ୍ରମ ସିଂହ ଦେଓ, ସରୋଜ ମହାଖୁଡ, ହୀରେନ୍ଦ୍ର ପ୍ରତାପ ସିଂହ ଦେଓ, କୁବେର ମହାଖୁଡ଼, ବିକାଶ ରଞ୍ଜନ ସିଂହ ଦେଓ, ଭାଗବତ ଘିଭେଲାଙ୍କ ସମେତ ବାସୁଦେବ ମହାରଣା, ଶିବ ପ୍ରସାଦ ଶତପଥୀ, ବିଭୁ ପ୍ରସାଦ ସାହୁ, ବୀରେନ୍ଦ୍ର ରଥ, ନାରାୟଣ ମହାଲିକ, ଲଳିତ ମହାଖୁଡ଼, ରଶ୍ମି ରଂଜନ ପ୍ରହରାଜ, ପ୍ରଦୀପ ସିଂ (ବଡ ବାବୁ), ବିଶେଶ୍ୱର ମହାନ୍ତି, ଜୀତେନ୍ଦ୍ର ପାତ୍ର, ଉପେନ୍ଦ୍ର ମହା ଖୁଡ଼, ଅମରେଶ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ। ଶତ ବାର୍ଷିକୀ ମହୋତ୍ସବ ଅବସରରେ ରାଜ୍ୟସ୍ତରୀୟ ନାଟ୍ୟ ପ୍ରତିଭାମାନଙ୍କୁ ସମ୍ମାନୀତ କରାଯିବ ଏବଂ ଏହି ସମ୍ମାନ ନିମନ୍ତେ ଚୟନ ପ୍ରକିୟା ଚାଲିଛି, ଖୁବ ଶୀଘ୍ର ଏହା ଘୋଷଣା କରାଯିବ ବୋଲି ସମ୍ପାଦକ ଶ୍ରୀଯୁକ୍ତ ସାହୁ ସୂଚନା ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.