ସୋନପୁର ପୌର ପରିଷଦରେ ନୂତନ ନିର୍ବାହୀ ଅଧିକାରୀଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ପୌର ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଲେ ଇଂ. ମନୋରଞ୍ଜନ ପଣ୍ଡା ବିଟେକ (ଓୟୁଏଟି ) l ସର୍ବ ପ୍ରଥମେ ସାଧାରଣ ଲୋକଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହିତ ସହରର ପରିମଳ, ବିଦ୍ୟୁତ କରଣ ଓ ସୌନ୍ଦର୍ଯ୍ୟ କରଣ ଉପରେ ଗୁରୁତ୍ୱ ଦେବାକୁ ଓଡିଶା ସାମ୍ବାଦିକ ସଂଘ ସୋନପୁର ଶାଖା କାର୍ଯ୍ୟକର୍ତ୍ତାଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତରେ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ l ଏବଂ ସମସ୍ତଙ୍କ ସହଯୋଗରେ ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଉଦ୍ୟମ ରଖିବି ବୋଲି କହିଥିଲେ l ଶ୍ରୀ ପଣ୍ଡା ଏହା ପୂର୍ବରୁ ପଡୋଶୀ ଜିଲ୍ଲା ବୌଦ୍ଧ ଏନଏସିରେ ଦୀର୍ଘ ପାଞ୍ଚ ବର୍ଷ ଧରି ସୁଚାରୁ ରୂପେ କାର୍ଯ୍ୟ କରି ତାଙ୍କ ଅମାୟିକ ବ୍ୟକ୍ତିତ୍ୱ ଓ କାର୍ଯ୍ୟ ଦକ୍ଷତା ପାଇଁ ସାଧାରଣ ଲୋକଙ୍କ ସମେତ ସବୁ ବର୍ଗରେ ପ୍ରିୟ ଭାଜନ ହୋଇ ପାରିଥିଲେ l ଜରି ଖଣ୍ଡି ଉନ୍ନୟନ ପ୍ରକଳ୍ପ, ନୁଆଁ ରାସ୍ତା ନିର୍ମାଣ ସହ ନୁଆଁ କଲୋନୀ ସୌନ୍ଦର୍ଯ୍ୟ କରଣ, ଉନ୍ନତ ଡ୍ରେନାଇଜ ସିଷ୍ଟମ, ଟାଉନ ହଲର ରିନୋଭେସନ, ଏମସିସି, ଏମଆରଏଫ ଭଳି ଅନେକ ମେଗା ପ୍ରକଳ୍ପ ନିର୍ମାଣରେ ଶ୍ରୀ ପଣ୍ଡାଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ସୂଚନା ମିଳିଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.