ସପୋରୀ ଏକାଡେମୀ ଅଫ ମ୍ୟୁଜିକ୍ ଆଣ୍ଡ୍ ପରଫରମିଙ୍ଗ ଆର୍ଟ୍ସ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଡଃ. ରୋଜାଲିନ ପାଟଶାଣୀ ମିଶ୍ର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ/ ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ପ୍ରସିଦ୍ଧ ସନ୍ତୁର ବାଦକ ସ୍ବର୍ଗତ ପଦ୍ମଶ୍ରୀ ଭଜନ ସପୋରୀଙ୍କ ନାମରେ ‘ସପୋରୀ ଏକାଡେମୀ ଅଫ ମ୍ୟୁଜିକ୍ ଆଣ୍ଡ୍ ପରଫରମିଙ୍ଗ ଆର୍ଟ୍ସ’ ଆନୁକୂଲ୍ୟରେ ଏବର୍ଷର ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନୂଆଦିଲ୍ଲୀ ସ୍ଥିତ କମାନୀ ଅଡ଼ିଟୋରିଅମରେ ଅନୁଷ୍ଠିତ ଉକ୍ତ ଉତ୍ସବରେ “ପରିଚୟ ଫାଉଣ୍ଡେସନ”ର ପ୍ରତିଷ୍ଠାତା ସଭାପତି ଡଃ. ରୋଜାଲିନ ପାଟଶାଣୀ ମିଶ୍ରଙ୍କୁ ମଧ୍ୟ ସ.ମ.ପା. (SaMaPa) ଆୱାର୍ଡ୍ ରେ  ସମ୍ମାନିତ କରାଯାଇଛି l କଳା ଓ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ଡଃ ପାଟଶାଣୀ ମିଶ୍ରଙ୍କ ବ୍ୟତୀତ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି l ଏଠାରେ ପ୍ରକାଶଯୋଗ୍ୟ ଯେ, ଡଃ ରୋଜାଲିନ ପାଟ୍ଟଶାଣୀ ମିଶ୍ର  ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ କନ୍ୟା ଏବଂ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟ ଦର୍ଶିନୀ ମିଶ୍ରଙ୍କ ଧର୍ମପତ୍ନୀ। ସେ ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ଓ ଜଣେ ଜଣାଶୁଣା ସାମାଜିକ କର୍ମୀ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.