ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ଅଞ୍ଚଳ ବରାଡ଼ଙ୍ଗା ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଭାଲୁ ଆକ୍ରମଣରେ ଚାଲିଯାଇଛି ଜଣେ ମହିଳାଙ୍କ ଜୀବନ। ସୂଚନା ଅନୁସାରେ ଆମପାଣି ପଞ୍ଚାୟତ ପାତ୍ରବସା ଗାଁର ଭବାନୀ ବାଗ ତେତେଲପଡାରୁ ନାଟକ ଦେଖି ପାହାନ୍ତିଆରେ ନିଜ ଘରକୁ ଫେରୁଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।