ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରସ୍ବତୀ ଶିଶୁବିଦ୍ୟାମନ୍ଦିର ସେଁପୁର ଠାରେ ଶିଶୁ ଦିବସ ଓ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ମକରଧ୍ୱଜ ସାହୁ ଓ ସମ୍ପାଦକ ଶ୍ରୀଯୁକ୍ତ ନରେଶ ସାହୁ ଯୋଗଦେଇ ନେହେରୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଟିକେଦେବ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ଛାତ୍ରଛାତ୍ରୀ ମାନେ ଶିଶୁ ଦିବସ ଉପରେ ବକୃତା ଦେଇଥିଲେ । ଏଥିରେ ଗୀତାଞ୍ଜଳି ବାଗ, ରଶ୍ମିତା ନାୟକ, ପ୍ରଭାତୀ ବେହେରା, ରିତା ସାହୁ, ଭଞ୍ଜନୀ ଗହୀର, ସୁନିତା ସାହୁ, ମନୀଷା ବାଗ , ଜନାର୍ଦ୍ଦନ ବାଗ,ପୂର୍ଣ୍ଣଚନ୍ଦ୍ର ନାଗ,ପ୍ରବୀଣ ତ୍ରିପାଠୀ,ଗଙ୍ଗାଧର ଚଲାନ, ଭୋଜରାଜ ବାଗ,ଖୁସିରାମ ସାହୁ,ଯଶୋବନ୍ତ ଚିନ୍ଦା ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଥିଲା ।