ଜାଲ ନୋଟ କାରବାର; ୩ କୋର୍ଟ ଚଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଞ୍ଚଳରେ ଜାଲ ନୋଟ କାରବାରରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି। ବୋର୍ଡା ବଜାର ନକଲି ନୋଟ ଦେଇ ଜିନିଷ କିଣୁଥିବାର ଖବର ପାଇ ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ବଜାରକୁ ଯାଇ ଜାଲ ନୋଟ ଦେଇ ସାମଗ୍ରୀ କିଣୁଥିବା ସମୟରେ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ଏହି ତିନି ଜଣ ହେଲେ ବୋର୍ଡା ଗ୍ରାମର କାହ୍ନା ମହାପାତ୍ର, ରଜନାପୁର ଗ୍ରାମର ମଣ୍ଟୁ ଚନ୍ଦନ ଓ କୁସୁମସିଲ ଗ୍ରାମର ସନ୍ତୋଷ ଭୋଇ। ଏହି ତିନି ଜଣ ସନ୍ତୋଷ ଭୋଇଙ୍କ ଘରେ ଏକ ପ୍ରିଣ୍ଟର ରଖି ନକଲି ନୋଟ ପ୍ରିଣ୍ଟ କରୁଥିଲେ। ଏହି ୩ ଜଣଙ୍କୁ ଥାନାକୁ ଆଣି ତଦନ୍ତ କରାଯାଇଥିବା ବେଳେ ଏମାନଙ୍କ ଠାରୁ ପୋଲିସ ୭ ହଜାର ୩୦୦ ଟଙ୍କା ଜବତ କରିଥିବା ନୋଟ ଛାପିବାରେ ବ୍ୟବହୃତ ପ୍ରିଣ୍ଟର ଓ ଦୁଇଟି ମୋବାଇଲ ଜବତ କରିଥିବା ଜଣାପଡ଼ିଛି। ଏସଂକ୍ରାନ୍ତରେ କେଗାଁ ଥାନା କେସ ନମ୍ବର ୨୬୩/୨୦୨୩ ରେ ଏକ ମାମଲା ରୁଜୁ କରି ଆଜି ତିନି ଜଣଙ୍କୁ କୋର୍ଟ ଚଲାଣ କରାଯାଇଥିବା କେଗାଁ ଥାନା ଆଇଆଇସି ମୁକୁନ୍ଦ ନାଏକ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.