ମେଗା ଲିଫ୍ଟ ପ୍ରକଳ୍ପ ତଦାରଖ କଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ, ଚପ୍ରିଆ ଓ ଉଛୁଲାଠାରେ ରାଜ୍ୟ ସରକାରଙ୍କ ତରଫରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମାଣ ହେଉଥିବା ମେଗା ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରିଛନ୍ତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସନାତନ ସାହୁ। ସେ ପ୍ରଥମେ ଉଛୁଲା ମେଗା ଲିଫ୍ଟ ପ୍ରକଳ୍ପ ତଦାରଖ କରି ଉପସ୍ଥିତ ଥିବା କର୍ମଚାରୀମାନଙ୍କ ସହିତ ପ୍ରକଳ୍ପ କାର୍ଯ୍ୟ ଉପରେ ପଚାରି ବୁଝିଥିଲେ। ପରେ ଚପ୍ରିଆ ଓ ମହାଲିଙ୍ଗ ଠାରେ ନିର୍ମାଣ ଚାଲିଥିବା ମେଗା ଲିଫ୍ଟ ପ୍ରକଳ୍ପର କାର୍ଯ୍ୟ ତଦାରଖ କରିଥିଲେ। ଏହି ସମୟରେ ଉପସ୍ଥିତ ଥିବା ଗ୍ରାମବାସୀମାନଙ୍କ ସହିତ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଏହି ସମୟରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ପ୍ରତିନିଧି ଦିନେଶ ବଗର୍ତ୍ତୀ ଉପସ୍ଥିତ ଥିବା ବେଳେ ଟିଟିଲାଗଡ଼ ମେଗା ଲିଫ୍ଟ ପ୍ରୋଜେକ୍ଟ ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଉମା ଶଙ୍କର ସାହୁ, ନିର୍ମାଣକାରୀ ସଂସ୍ଥା ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଚପ୍ରିଆ, କେଗାଁ, ସିନାପାଲି ଓ ଉଛୁଲା ଗ୍ରାମପଞ୍ଚାୟତର ୩ ହଜାରରୁ ଉର୍ଦ୍ଧ୍ବ ଚାଷ ଜମି ଜଳସେଚିତ ହୋଇ ପାରିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.