ବ୍ଳକସ୍ତରୀୟ ବାଳବୈଜ୍ଞାନିକ ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଧନସରାଠାରେ ଶୁକ୍ରବାର ବ୍ଳକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଣି ରଶ୍ମିତା ନୋତମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀ ମେଳାର ଶୁଭ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ତଲାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଲାମ୍ବର ଦାସ, ସମ୍ମାନୀତ ଅତିଥି ଭାବେ କାଶିବାହାଲ ସମିତି ସଭ୍ୟ ଗଜାନନ ନିଏଲ, ସ୍କୁଲ ପରିଚାଳନା କମିଟିର ସଭାପତି ଶଙ୍କର ସତନାମୀ, ପରିଚାଳନା କମିଟି ସଦସ୍ୟ ପ୍ରଭାକର ବେହେରା, ମଣିଭଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। ଏହି ପ୍ରଦର୍ଶନୀ ମେଳାରେ କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗରେ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ସମୁଦାୟ ୭୦ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଦ୍ବିତୀୟ ଅଧିବେଶନ ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଲଡୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ସ୍କୁଲ ପରିଚାଳନା କମିଟି ସଦସ୍ୟ ମାର୍କଣ୍ଡ ବେମାଲ, କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ପ୍ରଧାନ ଶିକ୍ଷକ ଯୁବରାଜ ଜାଲ, ସଞ୍ଜିବ ପାଢ଼ୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା, ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଭ୍ରାଶୁଂ ଶେଖର ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ବିଜ୍ଞାନ ସମ୍ବନ୍ଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ ବର୍ଗରେ ପ୍ରଥମ ଓ ଦିତୀୟ ସ୍ଥାନ ଅଧିକାର କରିଥିବା ୪ଟି ବିଦ୍ୟାର୍ଥୀ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଜ୍ଞାନବିଜ୍ଞାନ ପ୍ରଦର୍ଶନୀ ଉତ୍ସବରେ ଯୋଗଦାନ କରିବା ପାଇଁ ମନୋନୀତ ହୋଇଛନ୍ତି। ମଞ୍ଚକୁ ଶିକ୍ଷକ ବିଭୂଦେନ୍ଦ୍ର ପଣ୍ଡା ଓ ସଞ୍ଜିବ ପାଢ଼ୀ ପରିଚାଳନା କରିଥିବାବେଳେ ସାମନ୍ତ କୁମାର ପାଟ୍ଟଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ସିଆରସିସି ଏବଂ କାଶିବାହାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.