ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ବ୍ଲକ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ପରିସରରେ ସୋମବାର ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡା ସମେତ ବିଭିନ୍ନ ସ୍ଥାନରୁ ଆସି ପଢ଼ୁଥିବା ଛାତ୍ରଛାତ୍ରୀ ଯୋଗଦେଇ ମତଦାନର ମହାନତା ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଠର ବର୍ଷ ରୁ ଉର୍ଦ୍ଧ ଯୁବ ବର୍ଗଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ନାମ ଭୋଟର ତାଲିକାରେ ପଞ୍ଜୀକରଣ କରାଯାଇଥିଲା। ରାୟଗଡା ବ୍ଳକ ଜିପିଇଓ ଗୋପାଳ ପଣ୍ଡା, ଶିକ୍ଷକ ନୀଳାଞ୍ଚଳ ମିଶ୍ର, ସେଞ୍ଚୁରିଆନ ସ୍କୁଲ ଅଫ ଫାର୍ମାସି ର ଅଧ୍ୟକ୍ଷ ଡ: ଚନ୍ଦ୍ର ଶେଖର ପାତ୍ର, ସହକାରୀ ପ୍ରଫେସର ସୁଶ୍ରୀ ପଲ୍ଲୀଶ୍ରୀ, ବୁଥ ସ୍ତରୀୟ ଅଧିକାରୀ ଚିନ୍ତାମଣି ବେହେରା ଓ ମହେନ୍ଦ୍ର ବିଭୋର ପ୍ରମୂଖ ଯୋଗଦେଇ ମତଦାନର ମହାନତା ବିଷୟରେ ଆଲୋଚନା କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମତଦାନ ଅତି ମୂଲ୍ୟବାନ ଶୀର୍ଷକ ଉପରେ ପ୍ରତିଯୋଗିତା ଆୟୋଜନ କରାଯାଇ ପୁରସ୍କୃତ କରାଯାଇଥିଲା। ଯୁବପିଢି ସଚେତନ ହେଲେ ହିଁ ଗଣତନ୍ତ୍ର ସୁଦୃଢ ହୋଇପାରିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁ ପ୍ରକାଶ କରିଛନ୍ତି।