ଓଡ଼ିଆ ବାର୍ତ୍ତା/ ରାୟଗଡ଼ (ଶିବ ନାରାୟଣ ଗୈାଡ) : ରାୟଗଡାର ସ୍ଥାନୀୟ ଜି.ସି.ଡି .ପଡ଼ିଆରେ ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀମତି ସ୍ଵଧା ଦେବ ସିଂ, ଜିଲ୍ଲାପାଳ, ରାୟଗଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଦୟାନିଧି ବାଗ ପ୍ରକଳ୍ପ ନିର୍ଦ୍ଦେଶକ,ଜଳଛାୟା, ରାୟଗଡା, ମନୋଜ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଅରୁଣ କୁମାର ବେହେରା ମତ୍ସ୍ୟ ଉପ ନିର୍ଦେଶକ ,କଳାହାଣ୍ଡି, ଦୟାନିଧି ରାଉତ ଉପ ନିର୍ଦେଶକ ଉଦ୍ୟାନ ବିଭାଗ , ଡାକ୍ତର ଗିରିଶ କୁମାର ମହାନ୍ତି, ପ୍ରାଧ୍ୟାପକ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ଗଜପତି ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ହାଡିବନ୍ଧୁ ଭୋଇ ତାଙ୍କର ସ୍ବାଗତ ଭାଷଣ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ର ସମସ୍ତ ଯୋଜନା ଉପରେ ଅବଗତ କରାଇଥିଲେ । ଶ୍ରୀମତୀ ଚୂଳକନ୍ତି ତାଜନ ଜିଲ୍ଲା ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ର ୧୧ ଗୋଟି ବ୍ଲକ ରୁ ୭୦୦ ରୁ ଉର୍ଦ୍ଧ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ଅବସର ରେ ରାୟଗଡ ଜିଲ୍ଲାରେ ଯୁକ୍ତ ଦୁଇ ବିଜ୍ଞାନ ପଢୁଥିବା ୬୦୦ ଛାତ୍ର ଛାତ୍ରୀ ଙ୍କୁ ମତ୍ସ୍ୟ ଓ ପ୍ରାଣୀ ଚିକିତ୍ସା ଶିକ୍ଷା ର ନିଯୁକ୍ତି ସୁଯୋଗ ଓ ପ୍ରବେଶିକା ପରୀକ୍ଷା ଉପରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଚାଷୀ ବୈଜ୍ଞାନିକ ବାର୍ତ୍ତା ବିନିମୟ କାର୍ଯ୍ୟକ୍ରମ ରେ ଡାକ୍ତର ଗିରିଶ କୁମାର ମହାନ୍ତି, ଅରୁଣ ବେହେରା, ଡାକ୍ତର ହାଡିବନ୍ଧୁ ଭୋଇ ଓ ଶ୍ରୀମତି ଚୂଳକାନ୍ତି ତାଜନ ଚାଷୀ ମାନଙ୍କର ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିଲେ। ଏହି ଅବସର ରେ ସଫଳ ଜୈବପୁଞ୍ଜ ମାଧ୍ୟମ ରେ ମାଛ ଚାଷ କରୁଥିବା ଶ୍ରୀମତୀ ଗୋଟପୁ ନିମଲl ,ସଫଳ ମାଛ ଯାଆଁଳା ଉତ୍ପାଦନ କରୁଥିବା ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତି, ସଫଳ କୁକୁଡ଼ା ଚାଷୀ ଏମ. ଜି . ତୁଫିକ ଏବଂ ସଫଳ ବ୍ରୋଇଲର୍ କୁକୁଡ଼ା ପାଳନ ପାଇଁ ମା ଭୈରବୀ ସ୍ୱୟଂ ସହାୟକ ଦଳ ବିଷମ କଟକ ପୁରସ୍କୃତ କରାଯାଇଥିଲା।ଏଥିସହିତ କ୍ଷେତ ପୋଖରୀ ରେ ମାଛ ଚାଷ କରୁଥିବା ଜଗନ୍ନାଥ ୱାଡ଼ିକା ,ମୋଖିନ ୱାଡ଼ିକ, ଜଳଧର ୱାଡିକା,ମୁଗ୍ରି କୁଲେଶିକ ଙ୍କୁ ସରକାରୀ ସହାୟତା ବଣ୍ଟନ କରାଯାଇଥିଲା। ଶେଷରେ ସରକାରଙ୍କର ବିଭିନ୍ନ ଯୋଜନା କୁ ଲୋକାଭିମୁଖୀ କରିବା ପାଇଁ ୩ ଟି ଲୋକ ନୃତ୍ୟ ଦଳ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ।