ପୁଣି ତେଜିବ ଖଣ୍ଡୁଆଲମାଳି ସୁରକ୍ଷା ସମିତିର ଆନ୍ଦୋଳନ

‘ଯାନ୍ ଯାଉ ଜୀବନ ଯାଉ, ଖଣ୍ଡୁଆଳ ମାଳି ବଞ୍ଚିଥାଉ’ ନାରା ଦେଲେ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଖଣ୍ଡୁଆଲମାଳି ସୁରକ୍ଷା ପାଇଁ ଧିରେ ଧିରେ ଆନ୍ଦୋଳନ ତେଜିବାରେ ଲାଗିଛି। ଖଣ୍ଡୁଆଲମାଳି ସୁରକ୍ଷା ପାଇଁ  ଖଣ୍ଡୁଆଲମାଳି ପାଦଦେଶରେ ଥିବା କାଞ୍ଚନମୁଖୀ ଗ୍ରାମରେ ଖଣ୍ଡୁଆଳମାଳି ସୁରକ୍ଷା ସମିତି ସଭାପତି କାର୍ତିକ ମାଝୀଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ଲାଞ୍ଜିଗଡ଼, ଥୁଆମୂଳରାମପୁର, ସଦର ବ୍ଲକ ଓ କାଶୀପୁର ବ୍ଲକର ୧୩ ଗୋଟି ଗ୍ରାମପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ। ଉକ୍ତ ବୈଠକରେ ବଜ୍ର ଶପଥ ନେଇ ନିଷ୍ପତି ନେଇଥିଲେ ଯେ’ – ଯାନ୍ ଯାଉ ଜୀବନ ଯାଉ, ଖଣ୍ଡୁଆଳ ମାଳିକୁ ବହୁରାଷ୍ଟ୍ରୀୟ କମ୍ପାନୀକୁ ଦେବୁ ନାହିଁ। କାରଣ ଖଣ୍ଡୁଳମାଳି ଆମ ମାଁ ସମାନ ତେଣୁ ମାଁକୁ ଆମେ କେମିତି କମ୍ପାନୀ ହାତରେ ଟେକିଦେବୁ ଏହା କେବେ ସମ୍ଭବ ହେବ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଛି। ଏହି ଖଣ୍ଡୁଆଳ ମାଲିର ଜଳ, ଜମି ଓ ଜଙ୍ଗଲରେ ଆମେ ଜୀବନ ଯାପନ କରୁଛୁ ତେଣୁ ଆମେ କେମିତି ଛାଡ଼ିବୁ। ଭିଟା ମାଟି ପାଇଁ ଯାନ ଯାଉ ଜୀବନ ଯାଉ ଖଣ୍ଡୁଆଲମାଳିକୁ ବହୁ ରାଷ୍ଟ୍ରୀୟ କମ୍ପାନୀକୁ ଟେକି ଦେବୁନାହିଁ ବୋଲି ଅଞ୍ଚଳର ଲୋକେ ଏବେଠୁ ଆନ୍ଦୋଳନ ପାଇଁ ସଜବାଜ ହେବା ସହ ସରକାରଙ୍କୁ ସିଧାସଳଖ ଏବେଠାରୁ ଭୋଟ ବର୍ଜନ ପାଇଁ ୧୩ ଗୋଟି ପଞ୍ଚାୟତର ଲୋକେ ଚେତାବନୀ ଦେଇଛନ୍ତି। ତେବେ ଏହି ଅଞ୍ଚଳରେ ଆଦିବାସୀମାନେ ହାରାହାରି ଶହେ ଖଣ୍ଡ ଗାଁର ପ୍ରାୟ ଦଶ ହଜାରରୁ ଅଧିକ ଡ଼ଙ୍ଗରିଆ ଓ ଆଦିବାସୀ ବସବାସ କରିଥାନ୍ତି। ଏହି ଆଦିବାସୀମାନେ ପର୍ବତ ଉପରେ ପୋଡ଼ୁ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି କିନ୍ତୁ ବହୁ ରାଷ୍ଟ୍ରୀୟ କମ୍ପାନୀକୁ ରାଜ୍ୟ ସରକାର ଶାଗ, ମାଛ ଦରରେ ଖଣିକୁ ଟେକି ଦେଉଛି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ। ଆଦିବାସୀଙ୍କ ଜୀବନ ଜୀବିକାକୁ ଛଡ଼େଇ ନେବାକୁ ଯେଉଁ ଅପଚେଷ୍ଟା କରୁଛି ତାକୁ ଅଞ୍ଚଳବାସୀ ଦୀର୍ଘବର୍ଷ ହେଲା ତୀବ୍ର ବିରୋଧ କରୁଛନ୍ତି। ତେବେ ସରକାର ଓ କମ୍ପାନୀ, ପୋଲିସ ଏବଂ ସିଆରପିଏଫ୍ ଜବାନ, ମାଓବାଦୀ ନାଁରେ ଆଦିବାସୀଙ୍କୁ ଯେଉଁଭଳି ହଇରାଣ କରୁଛି ତାକୁ ମଧ୍ୟ ଆଦିବାସୀ ମାନେ ବିରୋଧ କରୁଛନ୍ତି। ୧୩ଟି ପଞ୍ଚାୟତରେ କୌଣସି ନେତା, କୁଜି ନେତାଙ୍କୁ ମଧ୍ୟ ଗାଁକୁ ପସେଇ ଦେବୁ ନାହିଁ ବୋଲି ଖଣ୍ଡୁଳମାଳି ସୁରକ୍ଷା ସମିତି ପକ୍ଷରୁ କଡ଼ା ଚେତାବନି ଦେଇଛନ୍ତି। ଏହି ବୈଠକରେ ଖଣ୍ଡୁଳାମାଳୀ ସୁରକ୍ଷା ସମିତି ସଭାପତି କାର୍ତିକ ମାଝୀ, ସମ୍ପାଦକ ବ୍ରିଟିଶ କୁମାର, ବୈଦନାଥ ନାଏକ,ହୃଷିକେଶ ମାଝୀ, କୃଷ୍ଣ ମାଝୀ, ମନ ମାଝୀ, ବିକାଶ ମାଝୀ, ଲାଇ ମାଝୀ, କାର୍ତିକ ନାଏକ, ହୀରାମଲ ନାଏକ, ମାନସିଂ ମାଝୀ, କନିଲାଲ ନାଏକ, ମୂରତି ମାଝୀ, ସୁନା ମାଝୀଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.