ବିହାରୀ ଠିକାଦାର ହାତରେ ପାଇଖାନା ନିର୍ମାଣ ! : ବାଟବଣା ହେବାରେ ଲାଗିଛି ସ୍ୱଚ୍ଛ ଓ ପରିମଳ ଯୋଜନା 

କଳାହାଣ୍ଡି,୭/୬ (ଜଗଦୀଶ ଚନ୍ଦ୍ର ନାଏକ )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଏବେ ବାଟବଣା ହେବାରେ ଲାଗିଛି ସ୍ୱଚ୍ଛ ଭାରତ (ଗ୍ରାମୀଣ) ମାଧ୍ୟମରେ ନିର୍ମାଣ ହେଉଥିବା ପାଇଖାନା ଯୋଜନା । ବ୍ଲକର ୨୨ ଗୋଟି ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରି ହେଉଥିବା ବେଲେ ବିଭିନ୍ନ ପଦାଧିକାରୀ ସମେତ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ପ୍ରଛଦପଟ୍ଟରେ ରହି ଏହି ଯୋଜନାକୁ ସଫଳ ରୁପାୟନ କରିବା ନିମନ୍ତେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । କିନ୍ତୁ ଏହି ଯୋଜନାର ବାସ୍ତବ ରୁପକୁ ନିରିଖେଇ ଦେଖିଲେ ଏଥିରେ ଲୁଛି ରହିଥିବା ଦୁର୍ନିତି ଓ ଅନିୟମିତତାର ଗନ୍ଧ ଆପେଆପେ ବାରିହୋଇ ପଡୁଛି । ଗରୀବ ହିତାଧିକାରୀ ମାନେ କୌଣସି ପ୍ରକାରେ ପାଇଖାନା ଖଣ୍ଡେ ନିର୍ମାଣ କଲେ ମାସମାସ ଧରି ବିଲ୍ ଖଣ୍ଡିକ ପାଇବା ପାଇଁ ଅପେକ୍ଷାରତ କରିଆସୁଥିବା ବେଲେ ଅଣଓଡିଆ ମାନଙ୍କ ଦ୍ୱାରା ନିର୍ମାଣ ପାଇଖାନାର ବିଲ୍ କାର୍ଯ୍ୟାଳୟ ନପହଞ୍ଚୁଣୁଁ ଉଠାଣ ନିମନ୍ତେ ସମସ୍ତ ବିଧି ବ୍ୟବସ୍ଥା କରି ଦିଆଯାଉଛି ।

ବିଭାଗୀୟ ଯନ୍ତ୍ରୀ ମାନେ ବାହାର ରାଜ୍ୟରୁ ଆସିଥିବା ବିହାରୀ ଠିକାଦାର ମାନଙ୍କୁ ଅହେତୁକ ଅନୁକମ୍ପା ଯୋଗାଇଦେଇ ଯନ୍ତ୍ରୀ ମାନେ କାର୍ଯ୍ୟସ୍ଥଲକୁ ନଯାଇ ଅର୍ଥ ଉପାର୍ଜନର ଲାଲସାରେ ଘରେ ବସି ସମସ୍ତ କାର୍ଯ୍ୟ ତଦାରଖ କରୁଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷେ ବାହାର ରାଜ୍ୟରୁ ଆସିଥିବା ଏହି ଠିକାଦାର ମାନେ ଗୋଟିଏ ଦିନରେ ଏକାଧିକ ପାଇଖାନା ନିର୍ମାଣ ନିମ୍ନମାନର କରୁଥିବାରୁ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୨ ହଜାର ଟଙ୍କାର ଗୋଟିଏ ଗୋଟିଏ ପାଇଖାନା ଅତି ବେସିରେ ୭ ରୁ ୮ ହଜାର ଟଙ୍କାରେ ନିର୍ମାଣ ସାରିଦେଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ ମାନେ ଲାଭଖୋର ଆଶାରଖି ଠିକ୍ ଭାବରେ ତଦାରଖ ନକରି ବିଲ୍ କରିଦେଉ ଥିବାରୁ ବ୍ୟାବହାର କରିବା ଆଗରୁ ଭାଙ୍ଗିଯାଉଥିବା ଲୋକେ ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷେ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଲେ ମଧ୍ୟ ଠିକାଦାରଙ୍କୁ ତାଗିଦ କରିବା ବଦଲରେ ପାଇଖାନା ନିର୍ମାଣ କାର୍ଯ୍ୟ ସିଘ୍ରସାରି ବାଃ ବାଃ ଗୋଟାଇବା ପାଇଁ ଚୁବ୍ ବସିଛନ୍ତି । ଯୋତେ ଅଭିଯୋଗ କଲେ ମଧ୍ୟ କେହି ସୁଣୁ ନଥିବାରୁ ଲୋକେ ଏବେ ସାମାଜିକ ଗଣମାଧ୍ୟ ଜରିଆରେ ଭିଡିଓ ପୋଷ୍ଟ କରି ଅଭିଯୋଗ କରିଥିବା ଜଣାପଡୁଛି । ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱସ୍ଥ ଓଡିଶା ସୁସ୍ଥ ଓଡିଶା, ମୋ ପାଇଖାନା ମୋ ସ୍ୱାଭିମାନ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଗାଁ ଯାଇ ଲୋକ ମାନଙ୍କୁ ସଚେତନତା କରାଇଥିବା ବେଲେ ଘର କୁ ଘର ଯାଇ ସ୍ୱଚ୍ଛ ଭାରତ ଗ୍ରମୀଣ ଯୋଜନାରେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଇଖାନା ତିଆରି କରି ମୁକ୍ତ ଶୌଚ ବନ୍ଦକରିବା ପାଇଁ ଲୋକମାନଙ୍କୁ ଅବଗତ କରାଯାଉଛି । ଲୋକେ ପାଇଖାନ ତିଆରି କରି ବିଭିନ୍ନ ସମୟରେ ବିଲ୍ ପାଇବାରେ ବିଲମ୍ବ ହେଉଥିବା ଯୋଗୁଁ ପାଇଖାନା କରିବା ପାଇଁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଥିବା ବେଲେ ବିଭାଗ ପକ୍ଷରୁ ବାହର ରାଜ୍ୟରୁ ଆସିଥିବା କିଛି ଠିକାଦାର ମାନଙ୍କୁ ଏଥିରେ ନିୟୋଜିତ କରି ପାଇଖାନ ନିର୍ମାଣ କରାଉଥିବା ଜଣାପଡୁଛି । ଏହି ଠିକାଦାର ମାନେ ଏହାର ଫାଇଦା ନେଇ ଅତି ନିମ୍ନମାନର କାମକରି ଚାଲିଯାଉଥିବା ବେଲେ ଲୋକେ ଅଭିଯୋଗ କରିବା ସତ୍ତେ୍ୱ ମଧ୍ୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନନେଇ କାହିଁକି ଚୁପ୍ ରହିଛି ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି ।

କାର୍ଯ୍ୟାଦେଶ ଅନୁସାରେ ଦୁଇଟି ଶୋଷକ ଗାତ ଦୁରତା ୩ଫୁଟ ୩ ଇଞ୍ଚ , ୧୦ ଇଞ୍ଚ ବାଏ ୧୦ ଇଞ୍ଚ ଇଟା ପିଲର ଚାରିକାନ୍ଥ କରାଯିବାର ନିୟମ ଥିବା ବେଲେ ଏମାନେ ତାହା ବଦଲରେ ୮ ଇଞ୍ଚ ଇଟାପିଲର (କାନ୍ଥ) କରୁଥିବା ବେଲେ ଘର ଭିତରର ୪ଫୁଟ ଓ ଓସାର ୩ଫୁଟ ୪ ଇଞ୍ଚ ପାଖାପୁଖି କରିବାର କାର୍ଯ୍ୟାଦେଶ ଥିବା ବେଲେ ଏହି ଠିକାଦାର ମାନେ ଘରର ଭିତର ଅତିବେଶିରେ ୩ ଫୁଟ ଲମ୍ବ ଓ ୩ ଫୁଟ ଓସାର ମଧ୍ୟରେ କାମ ସାରିଦେଉଛନ୍ତି । ଠିକାଦାର ମାନଙ୍କ ଏଭଲି ନିମ୍ନମାନର କାର୍ଯ୍ୟଯୋଗୁଁ ଅଳ୍ପଦିନ ଭିତରେ ପାଇଖାନା ଭାଙ୍ଗି ଯାଉଥିବାରୁ ଲୋକେ ପାଇଖାନା ଘରେ ଥାଇ ମଧ୍ୟ ବ୍ୟବହାର କରିପାରୁ ନଥିବା କୁହାଯାଉଛି । ଏଥିପାଇଁ ଏବେ ମଧ୍ୟ ଅଞ୍ଚଳର ବିଭିନ୍ନ ରାଜପଥ ଖୋଲା ଆକାଶର ମୁକ୍ତ ଶୌଚାଳୟ ପାଲଟିଥିବାରୁ କତିପୟ ଦୁର୍ଗନ୍ଧରେ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ଏନେଇ କୋକସରା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ଅଜିତ୍ କୁମାର ସେଠୀଙ୍କୁ ପଚାରିବାରୁ ମୁଁ ଏବେ ଭବାନୀପାଟଣାରେ ଅଛି ଗଲେ ଦେଖିବା ବୋଲି ଅତି ହାଲୁକା ଭାବରେ ସଫେଇ ଦେଇଥିଲେ । ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଏହାର ବିଧିବଦ୍ଧ ତଦନ୍ତ କଲେ ଅନେକ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଜନ ସାଧାରଣରେ ମତ ପ୍ରକାଶ ପାଇଛି ।

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.