ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସାମୁଦ୍ରିକ ଝଡ ମିଗଜୋମ ପ୍ରଭାବରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷା ଯୋଗୁଁ ଚାଷଜନିତ କ୍ଷୟକ୍ଷତି ର କ୍ଷତିପୂରଣ ଦାବୀରେ ଗର୍ଜିଛି ଜିଲ୍ଲା କଂଗ୍ରେସ। ଏହା ସହ ଚାଷୀ ମାନଙ୍କ ଧାନ, କପା, ପନିପରିବା ତଥା ବିଭିନ୍ନ ଫସଲର ସଠିକ୍ ଆକଳନ କରି ଯଥାଶୀଘ୍ର କ୍ଷତିପୂରଣ ଦେବା ଦାବିରେ ଜିଲ୍ଲା କଂଗେସ କମିଟି ପକ୍ଷରୁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଙ୍କୁ ପ୍ରଦାନ କରାଯାଇଥିଲା। ଚାଷୀ ଙ୍କ କୃଷି ଋଣ ଛାଡ, ଏକର ପ୍ରତି ୨୫ ହଜାର ଟଙ୍କା ସହାୟତା ପ୍ରଦାନ, ପାଣିରେ ଭିଜିଥିବା ଧାନ କୁ ନିର୍ଦ୍ଧାରିତ ଏମଏସପି ରେ ଚାଷୀ ଙ୍କ ଠାରୁ କ୍ରୟକରିବା, କପା ତଥା ପନିପରିବା ଚାଷୀ ଙ୍କୁ ଏକର ପିଛା ୫୦ ହଜାର ଟଙ୍କା ସହାୟତା ପ୍ରଦାନ, ପ୍ରଚଳିତ କୃଷି ଇନପୁଟ ସବସିଡି ର ଦେଢ଼ଗୁଣା ବୃଦ୍ଧି କରିବା ପ୍ରଭୃତି ଦାବି ଉପସ୍ଥାପନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ର ଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା, ଏଆଇସିସି ସଦସ୍ୟ ବିଧୁଭୂଷଣ ତ୍ରୀପାଠୀ, ରାଜଗୋପାଲ ପାଣିଗ୍ରାହି ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ସୁଧୀର ପଣ୍ଡା, ରଞ୍ଜିତ ରାଏ, ରାଜେଶ ମିଶ୍ର, ନିମେଇ ପାଣିଗ୍ରାହି, ପ୍ରଭୁଦତ୍ତ ବସ୍ତିଆ, ନରେନ୍ଦ୍ର ପଣ୍ଡା, ସଚିତା ସାହୁ, ରାଜେନ୍ଦ୍ର ମେହେର, ବସନ୍ତ ମହାକୁଡ, ଶତ୍ରୁଘ୍ନ ଅମାତ ପ୍ରମୁଖଙ୍କ ସହିତ ଶହ ଶହ କଂଗ୍ରେସ କର୍ମୀ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.