ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟସଭା ସାଂସଦ ଧିରଜ ସାହୁଙ୍କ ପଶ୍ଚିମ ଓଡ଼ିଶାରେ ଥିବା ମଦ ବ୍ୟବସାୟର କଳା ସାମ୍ରାଜ୍ୟ ଉପରେ ଆୟକର ବିଭାଗ ଚଢାଉ କରି ବିପୁଳ ପରିମାଣର ନଗଦ ଅର୍ଥ ଜବତ କରିଛି। ଉକ୍ତ ମଦ କାରବାରରେ ବିଜେଡି ସରକାର ଓ ବିଭିନ୍ନ ମନ୍ତ୍ରୀ ତଥା ସ୍ଥାନୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମ୍ପୃକ୍ତିର ତଦନ୍ତ ଦାବି କରିଛି ଜିଲ୍ଲା ବିଜେପି। ଏହା ସହ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ବିଜେପି ପକ୍ଷରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିଜେପି ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସାଂସଦ ପ୍ରତିନିଧି ଶରତ ଶତପଥୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସୁଦେଶ୍ନା ନେଗୀଙ୍କ ସହ ପ୍ରଫୁଲ୍ଲ ସାହୁ, ସୁରେଶ ବିଶ୍ଵାଳ, ତିଲୋଚନ ତରିଆ, ମିଥୁନ ସାହୁ, କାହ୍ନୁ ତରିଆ, ସୁରଜ ପାତ୍ର, ବାବୁଲୁ ସାଗର ପ୍ରମୁଖ ଉପସ୍ଥିତ ଥିଲେ।