ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ ଭବାନୀପାଟଣାର କଳା ପ୍ରଦର୍ଶନ

ଓଡିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସରିଆଁ ଗ୍ରାମରେ ମାଁ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ପୂଜା ମଣ୍ଡପ ପ୍ରାଙ୍ଗଣରେ ଜଗନ୍ନାଥ ସଙ୍କୀର୍ତ୍ତନ ମଣ୍ଡଳୀ ଭବାନୀପାଟଣା ତରଫରୁ ଏକ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଉକ୍ତ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଶିବାନୀ ପଟ୍ଟନାୟକ ଗାୟିକା ସୁନ୍ଦର ଭାବରେ ଭଜନ ଓ ସଂକୀର୍ତ୍ତନ ପରିବେଷଣ କରି ଦର୍ଶକଙ୍କୁ ମୋହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ନାଏକ ଉପସ୍ଥିତ ଥିଲେ। ଗତ ୧୮ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ହେଇଥିବା ମା ମହାଲକ୍ଷ୍ମୀ ପୂଜାରେ କର୍ତ୍ତା ଭାବେ ଟିକେରାମ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ବିନୋଦିନୀ ସାହୁ ଦାୟିତ୍ଵ ନିର୍ବାହନ କରିଥିଲେ। ପୂଜକ ଭାବେ ନବୀନ ମହାପାତ୍ର, ନିରୋଜ ମହାପାତ୍ର, ସରୋଜ କୁମାର ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ପ୍ରିନ୍ସ ବାହିନୀପତି ଏବଂ ସଞ୍ଜୟ ମହାପାତ୍ର ପ୍ରମୁଖ ସୁଚାରୁରୂପେ ପୂଜାର୍ଚ୍ଚନା କରୁଛନ୍ତି। କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୂର୍ବାଦଳ ଭୋଇ, ସମ୍ପାଦକ ମିଲନ କୁମାର ଭୋଇଙ୍କ ସମେତ ଊପଦେଷ୍ଟା ମଣ୍ଡଳୀ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.