ସଜେଇ ହେଉଛି ରାୟଗଡା, ମଙ୍ଗଳବାର ଶୀତୁଆ ସନ୍ଧ୍ୟାରୁ ଦୁଲୁକିବ ଚଇତି ମଂଚ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସଜେଇ ହେଉଛି ରାୟଗଡା । ଆସନ୍ତା ମଙ୍ଗଳବାର ଡିସେମ୍ବର ୨୬ ତାରିଖରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ(ଜିସିଡି) ହାଇସ୍କୁଲ ପଡିଆ ଠାରେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଳାର ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୩’ । ଯାହାକୁ ନେଇ ସଜେଇ ହେଲାଣୀ ରାୟଗଡା । ସହରର ବିଭିନ୍ନ ସ୍ଥାନରେ ଥିବା କାନ୍ଥଗୁଡିକରେ ସୁନ୍ଦର ଚିତ୍ର ମାଧ୍ୟମରେ ଜିଲ୍ଳାର କଳା, ସଂସ୍କୃତି, ବାଦ୍ୟ, ପରମ୍ପରା, ନୃତ୍ୟ, ସାହିତ୍ୟ, ଐତିହ୍ୟକୁ ଅଙ୍କା ଯାଉଥିବା ବେଳେ କେତେକ ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଏବଂ ଅନ୍ୟ ଚିତ୍ରରେ ଝଲସୁଛି ରାୟଗଡା ସହର । ଏହି ଅବସରରେ ଜିସିଡି ହାଇସ୍କୁଲ ପଡିଆରେ ଚଇତି ମହୋତ୍ସବ ନିମନ୍ତେ ଚଇତି ମଂଚ ସଜେଇବା କାର୍ଯ୍ୟାରମ୍ଭ ହୋଇଥିବା ବେଳେ  ଓରମାସ ଓ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପଲ୍ଳିଶ୍ରୀ ମେଳା ନିମନ୍ତେ ଷ୍ଟଲଗୁଡିକ ଚୁଡାନ୍ତ ପର୍ଯ୍ୟାୟରେ ପଂହଚି ସାରିଛି । ଏଥିସହ ବିଭିନ୍ନ ବିଭାଗୀୟ ପ୍ରକଳ୍ପ ପ୍ରଦର୍ଶନୀ,ଏସଏଚଜି ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଇଦ୍ୟାଦିର ପ୍ରଦର୍ଶନୀ ଆୟୋଜନ କରାଯାଇଛି । ପ୍ରତେହ୍ୟ ସଂଧ୍ୟାରେ ଦର୍ଶକଙ୍କ ମନୋରଂଜନ ପାଇଁ ବିଭିନ୍ନ ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇବାର ବ୍ୟବସ୍ଥା ମଧ୍ୟ କରାଯାଉଛି । ରାୟଗଡା ଜିଲ୍ଳା ସଂସ୍କୃତି ପରିଷଦ ଓ ଚଇତି ମହୋତ୍ସବ କମିଟି ଅଧ୍ୟକ୍ଷା ତଥା ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂଙ୍କ ପୈାରାହିତ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଚଇତି ମହୋତ୍ସବ ପାଳନ ନିମନ୍ତେ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସବ୍ କମିଟିଗୁଡିକର ପ୍ରସ୍ତୁତି ବୈଠକ ଏକ ପ୍ରକାର ଚୁଡାନ୍ତ ହୋଇସାରିଥିବା ବେଳେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ତଥା ଚଇତି କ୍ରୀଡା ମହୋତ୍ସବ ଅଧ୍ୟକ୍ଷ ବିବେକାନନ୍ଦ ଶର୍ମାଙ୍କ ପୈାରହିତ୍ୟରେ ଚଇତି କ୍ରୀଡା ମହୋତ୍ସବ ଶେଷ ହୋଇଯାଇଛି । ଏହି କ୍ରମରେ ଆଜି ରବିବାର ଦିନ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଫୁଡ୍ କମିଟି ଏବଂ ଶୋଭାଯାତ୍ରା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଦିନ ମା ମଝିଘରିଆଣୀ ମନ୍ଦିରରୁ ଜିସିଡି ହାଇସ୍କୁଲ ପଡିଆ ସଭାସ୍ଥଳ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ୫ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସେମାନଙ୍କ ନିମନ୍ତେ ଭୋଜନ ଏବଂ ଜଳଖିଆ ,ପାନୀୟ ଜଳ ଆଦି ବ୍ୟବସ୍ଥା ଏବଂ ଶୋଭାଯାତ୍ରାରେ ଜିଲ୍ଳାର ସମସ୍ତ ବ୍ଳକରୁ କଳା, ସଂସ୍କୃତି ସଂଘ, ଅନୁଷ୍ଠାନଗୁଡିକରୁ ସାଂସ୍କୃତିକ ଦଳ, ସଂର୍କୀତନ ଦଳ ,ପାରମ୍ପରିକ ନୃତ୍ୟ, ବାଦ୍ୟଯନ୍ତ୍ର ଏବଂ ଡଙ୍ଗରିଆ କନ୍ଧ ଓ ଲାଂଜିଆ ସଉରା ସଂପ୍ରଦାୟର ପାରମ୍ପରିକ ବେଶଭୂଷାରେ କଳାକାରମାନଙ୍କ ଯୋଗଦାନ ସହ ରାୟଗଡା ବ୍ଳକର ଗଜ ପର୍ବ ବାଦ୍ୟ,ଦୁର୍ଗାପାଡୁର ଜନଜାତିଙ୍କ ବଇଁଶି ନୃତ୍ୟ, କାଶିପୁରର ଢେମସା ନୃତ୍ୟକୁ ସାମିଲ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିପରି ଚଇତି ମଂଚରେ ପରିବେଷଣ କରିବାକୁ ଆସୁଥିବା କଳାକାରମାନଙ୍କ ସହ ନିମନ୍ତ୍ରୀତ ସମସ୍ତ ଅତିଥିଙ୍କୁ ଗୁଣାତ୍ମକ ଖାଦ୍ୟ ବ୍ୟଂଜନ ବଂଟନ ବ୍ୟବସ୍ଥାକୁ ସୁଚାରୁରୂପେ ତୁଲାଇବା ପାଇଁ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ରଇତ ଫୁଡ୍ କମିଟିର ଆବାହକ ତଥା ସଦସ୍ୟସଦସ୍ୟାମାନଙ୍କୁ ଅନୁରୋଧ କରିଥିଲେ । ବୈଠକରେ ଶୋଭାଯାତ୍ରା ଏବଂ ଫୁଡ୍ କମିଟିର ଅନେକ ସଦସ୍ୟସଦସ୍ୟାମାନେ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.