ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ସେନଫେଷ୍ଟ-୨୦୨୩ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ସେନଫେଷ୍ଟ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥୀ ରୂପେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେହିପରି ସମ୍ମାନୀତ ଅତିଥୀ ଭାବେ ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ପି.କେ ଗନ୍ତାୟତ, ସେଞ୍ଚୁରିଅନ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ. ରାଜେଶ କୁମାର ପାଢ଼ୀ, ବିଦ୍ୟାଳୟ ଅଧ୍ୟକ୍ଷ ରାଧା କ୍ରୀଷ୍ଣା ମହାପାତ୍ର ବିଶ୍ବ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ଚନ୍ଦ୍ରଶେଖର ପାତ୍ର ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ପ୍ରଶାସନିକ ଅଧିକାରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷାର୍ଥୀଙ୍କ ଭବିଷ୍ୟତ ସମୃଦ୍ଧ କରେ ଶିକ୍ଷା। ସମାଜରେ ଶୃଙ୍ଖଳିତ ମଣିଷ ଗଠନରେ ଶିକ୍ଷାର ମହତ୍ୱପୂର୍ଣ୍ଣ ରହିଛି। ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷା ହାର କମ୍‍ ରହିଛି। ତେଣୁ ସେଞ୍ଚୁରିଅନ ଭଳି ଶିକ୍ଷାନୁଷ୍ଠାନ ଅଞ୍ଚଳର ଯୁବପିଢୀଙ୍କୁ ଶିକ୍ଷାଦ୍ୱାରା ଆତ୍ମନିର୍ଭରଶୀଳ କୌଶଳ ପ୍ରଦାନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ପଛୁଆ ଅଞ୍ଚଳକୁ ଆଗକୁ ନେବାରେ ସହାୟକ ହୋଇଛି। ବୋଲି ମୁଖ୍ୟ ଅତିଥୀ ଶ୍ରୀ ମୁଦୁଲି ସଭାରେ ମତବ୍ୟକ୍ତ କରିଛନ୍ତି। ସେଞ୍ଚୁରିଅନ ୨୦୧୦ମସିହାରେ ରାୟଗଡାରେ ସ୍ଥାପିତ ହୋଇଥିଲା। ଏହାପରେ ଶିକ୍ଷାନୁଷ୍ଠାନ କିଭଳି ୩୦ଜଣ ଛାତ୍ରଛାତ୍ରୀଙ୍କ ଠାରୁ ଗତ ୧୩ବର୍ଷ ମଧ୍ୟରେ ସଫଳତାର ଶିର୍ଷୀରେ ପହଞ୍ଚିଛି ତାହା ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ କୁମାର ପାଢୀ ସଭାରେ ପ୍ରକାଶ କରିଥିଲେ। ଏହି ଅବସରରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସମ୍ମାନୀତ କରାଯାଇଥିଲା । ଏଥିସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ରାଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ପାଲଟିଥିବା ଓଡ଼ିଆ ସିନେମା ଜଗତର ଜଣାଶୁଣା କଳାକାର ତଥା ଅଭିନେତା ଶୈଲେନ୍ଦର ସାମନ୍ତରାୟ। ସେ ଡେନ୍ସ ର ଝଲକ ଦେଖେଇ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁ ମଂରଞ୍ଜନର ଖୁର୍କ ଯୋଗାଇଥିଲେ। ଏହି କାର୍ଯ୍ୟକ୍ରମରେ ୫ହଜାରରୁ ଉର୍ଦ୍ଧ୍ୱ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.