ଗୁଣପୁରଠାରେ ୪୪ତମ ମହାଲଷ୍ମୀ ପୂଜା ଉଦଯାପିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଗୁଣପୁର ଠାରେ ୫ ଦିନ ଧରି ଚାଲିଥିବା ମାଁ ମହାଲକ୍ଷ୍ମୀଙ୍କର ୪୪ତମ ପୂଜା ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି। ଧନର ଅଧିଷ୍ଠାତ୍ରୀ ଦେବୀଙ୍କ ଆରାଧନା ପାରମ୍ପରିକ ରିତି ନିତି ଅନୁସାରେ ପରିଚାଳିତ ହୋଇଥିଲା। ଗ୍ରାମର ମାର୍କଣ୍ଡ ସାହୁ ଓ ତାଙ୍କ ଧର୍ମପତ୍ନୀ ପ୍ରେମଲତା ସାହୁ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ମହାଲକ୍ଷ୍ମୀଙ୍କ ପୂଜା ସହ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଛତିଶଗଡ଼ର କଳାକାରମାନଙ୍କ ଦ୍ବାରା ଅପେରା, ନାଟକ ଓ ଦଣ୍ଡନୃତ୍ୟ, ବଲାଙ୍ଗୀରର କଳାକାରମାନଙ୍କ ଦ୍ବାରା ରାମାୟଣ ନାଟକ, ରାୟଗଡ଼ା ଜିଲ୍ଲାର କଳାକାରମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା। ପ୍ରଥମ ଦିବସର ସାଂସ୍କୃତିକ ମଞ୍ଚର ଶୁଭ ଉଦଘାଟନ କରିଥିଲେ ଗାଡେବନ୍ଧ ସରପଞ୍ଚ କବିତା ବାଗ। ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ତଥା କନ୍ଧ ସମାଜ ସଭାପତି ଅନ୍ତରାମ ମାଝୀ, ନର୍ଲା ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ପଧାନ, ନିଶାଣପୁର ସରପଞ୍ଚଙ୍କ ପ୍ରତିନିଧି ମନୋଜ କରୁଆଁ, ନର୍ଲା ବ୍ଲକ ସମିତି ସଭ୍ୟ ସଂଘ ସଭାପତି ଜୟ ମେହେରଙ୍କ ସମେତ ଗାଡେବନ୍ଧ, ସରିଆଁ, ନିଶାଣପୁର ଏବଂ ଘଣ୍ଟମାଲର ସମିତି ସଭ୍ୟ/ସଭ୍ୟା ଯୋଗଦେଇ ମହାଲକ୍ଷ୍ମୀଙ୍କ ଆଶିର୍ବାଦ ଲାଭ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ପାଞ୍ଚଦିନ ଯାକ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ ତଥା କବି କ୍ଷିତିଶ ଚନ୍ଦ୍ର ମାଝୀ। ପୂଜା କମିଟିର ଉପଦେଷ୍ଟା ଅଜିତ ସାହୁ, ସଭାପତି ଗଣେଶ ମୁଣ୍ଡା, ସାଧାରଣ ସମ୍ପାଦକ ଡିଙ୍ଗର ମୁଣ୍ଡା, ପବିତ୍ର ମାଝୀ, ଡିଙ୍ଗର ମାଝୀ, ଦଶରଥ ଯାନୀ, ରାଜୀବ ମାଝୀ, ରଞ୍ଜିତ ସାହୁ, ଲଏସିଂ ମାଝୀ ପ୍ରମୁଖଙ୍କ  ସହ ଗ୍ରାମର ଯୁବକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.