ପଲ୍ଲୀ ସଂସ୍କୃତି କଳା ପରିଷଦ ଗମ୍ଭାରୀମୁଣ୍ଡାରେ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ପଲ୍ଲୀ ସଂସ୍କୃତି କଳା ପରିଷଦ ଗମ୍ଭାରୀମୁଣ୍ଡାର ସଭାପତି ଦୁଷ୍ମନ୍ତ ହରିଚ଼ନ୍ଦନଙ୍କ ସଭାପତିତ୍ବରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ଵୀରାଜ ହରିଚ଼ନ୍ଦନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅଟଳବିହାରୀ ବାଜପେୟୀଙ୍କ ସାମଗ୍ରିକ ଜୀବନ ଉପରେ ବିସ୍ତୃତ ଆଲୋଚନା କରିଥିଲେ।  ଗୋଲକ ବିହାରୀ ପଟ୍ଟନାୟକ, ସୌମ୍ୟ ରଞ୍ଜନ ସାମନ୍ତରାୟ, ରମେଶ ଚ଼ନ୍ଦ୍ର ସମନ୍ତସିଂହାର, ବିକାଶ ଚନ୍ଦ୍ର ପ୍ରଧାନ, ମନୋଜ ପ୍ରଧାନ,ଶରତ ଚନ୍ଦ୍ର ଛାଟୋଇ, ପ୍ରଭାଶିଷ ପ୍ରଧାନ, ପ୍ରକାଶ ଚନ୍ଦ୍ର ବେହେରା, ସଦାନନ୍ଦ ପାଟ୍ଟଶାଣୀ ଓ ସୁଧାକାର ପ୍ରଧାନ ପ୍ରମୁଖ ଅଟଳବିହାରୀ ବାଜପେୟୀଙ୍କ ଦେଶପ୍ରେମ ଓ ଦେଶ ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ ଅବଦାନ ସମ୍ପର୍କରେ ଆଲୋଚ଼ନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.