ଥେରୁବାଲି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କୋଲନରା ବ୍ଲକ୍ ଅନ୍ତର୍ଗତ ଥେରୁବାଲି ସ୍ଥିତ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ରୂପେ ଥେରୁବାଲି ସ୍ଥିତ ଇମ୍ଫା କମ୍ପାନୀର ସାଧାରଣ ପରିଚାଳକ ଶ୍ରୀନିବାସ ରାଓ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥୀ ଭାବେ ଇମ୍ଫା କମ୍ପାନୀର ସିନିୟର ମ୍ୟାନେଜର ତଥା ଲୋକସଂପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣଗ୍ରାହୀ, ମୁଖ୍ୟ ବ୍ୟକ୍ତା ଭାବେ କୋଲନରା ବ୍ଲକ୍ ଶିକ୍ଷଧିକାରୀ ଶ୍ରୀମତି ମଞ୍ଜୁଲତା ଜେନା, ବିଶେଷ ଅତିଥି ଭାବେ ସୁଶ୍ରୀ ପ୍ରତିଷ୍ଠା ମିଶ୍ର ଓ ଥେରୁବାଲି ସେଞ୍ଚୁରିଅନ ବିଦ୍ୟାଳୟ ପରାମର୍ଶଦାତା ତଥା ପଲ୍ଲୀ ବିକାଶ ସ୍ଵଂସହାୟକ ଗୋଷ୍ଠୀର ନିର୍ଦ୍ଦେଶକ ଆର୍.ଏସ୍.ପଣ୍ଡା, ସେଞ୍ଚୁରିଅନ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ. ରାଜେଶ କୁମାର ପାଢ଼ୀ, ଥେରୁବାଲି ସେଞ୍ଚୁରିଅନ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମତି ସୁଶ୍ରୀ ସଂଗୀତା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସର୍ବ ପ୍ରଥମେ ଅଧ୍ୟକ୍ଷ ଶ୍ରୀମତି ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରଦାନ କରିଥଲେ। ଶିକ୍ଷାର୍ଥୀଙ୍କ ଭବିଷ୍ୟତ ସମୃଦ୍ଧ କରେ ଶିକ୍ଷା । ସମାଜରେ ଶୃଙ୍ଖଳିତ ମଣିଷ ଗଠନରେ ଶିକ୍ଷାର ମହତ୍ୱପୂର୍ଣ୍ଣ ରହିଛି । ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷା ହାର କମ୍‍ ରହିଛି । ତେଣୁ ସେଞ୍ଚୁରିଅନ ଭଳି ଶିକ୍ଷାନୁଷ୍ଠାନ ଅଞ୍ଚଳର ଗତ ୩ବର୍ଷ ହେବ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ଗୁରୁତ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ପଛୁଆ ଅଞ୍ଚଳକୁ ଆଗକୁ ନେବାରେ ସହାୟକ ହୋଇଛି । ଶିକ୍ଷା ଏକ ତ୍ରିକୋଣ ବ୍ୟବସ୍ଥାରେ ରହିବା ଆବଶ୍ୟକ ବୋଲି ଥେରୁବାଲି ସେଞ୍ଚୁରିଅନ ବିଦ୍ୟାଳୟ ପରାମର୍ଶଦାତା ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି । ସେହିପରି ଛାତ୍ରଛାତ୍ରୀ ମାନଙ୍କୁ କିଭଳି ସଠିକ୍ ଭାବେ ଦାୟିତ୍ଵ ନେବେ ସେ ସମ୍ପର୍କରେ ଆଲକପାତ କରିଥଲେ ସମ୍ମାନୀତ ଅତିଥୀ ଶ୍ରୀ ପାଣଗ୍ରାହୀ ।

Udyog Nursery
Udyogi Nursery

ଅନୁରୂପ ମୁଖ୍ୟ ବ୍ୟକ୍ତା ଶ୍ରୀମତୀ ଜେନା ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ । ଚେଷ୍ଟା କରିଲେ ଜୀବନ ରେ ସଫଳତା ନିଶ୍ଚିତ ମିଳିବ। ମାତୃ ଗର୍ଭ ରୁ ଆରମ୍ଭ କରି ଶେଷ ଜୁଇ ଯାଏଁ ଶିକ୍ଷା ଲାଭ କରିବା ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ । ଏହି ଅବସରରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହିତ କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ରାଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି । ଏହି କାର୍ଯ୍ୟକ୍ରମରେ ୩ ଶହରୁ ଉର୍ଦ୍ଧ୍ୱ ଅଭିଭାବକ ଓ ସେଞ୍ଚୁରିଅନ ଅନୁଷ୍ଠାନର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.