ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ନୂତନ ବିଡ଼ିଓ ଭାବରେ ରିପୁନାଥ ସୁନା ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ବିଡିଓ ଭାବରେ କାର୍ଯ୍ୟ କରି ଆସୁଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଫଳ ରୁପାୟନ କରି ସେ ବଙ୍ଗୋମୁଣ୍ଡାବାସୀଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ। ନର୍ଲାରେ ସରକାରଙ୍କ ସମସ୍ତ ଯୋଜନା ଗୁଡ଼ିକ ତଳ ସ୍ତର ପର୍ଯ୍ୟନ୍ତ ଯେମିତି ପହଞ୍ଚିବ ସେଥିପ୍ରତି ଯତ୍ନବାନ ରହି କାର୍ଯ୍ୟ କରିବି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବ୍ଲକ ଷ୍ଟାଫ, ନିର୍ବାଚିତ ଲୋକ ପ୍ରତିନିଧି ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।