ନର୍ଲା ହାଇସ୍କୁଲର ୬୧ ତମ ବାର୍ଷିକ ଉତ୍ସବ: ଛାତ୍ରଛାତ୍ରୀ ପାଠ ସହିତ କ୍ରୀଡାକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ -ତପିମଣି ଜାନୀ, ବ୍ଲକ ଶିକ୍ଷାଧିକାରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲ, ନର୍ଲାର ୬୧ତମ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମଞ୍ଚ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ପାଠ ସହିତ କ୍ରୀଡାକୁ ମଧ୍ୟ ଗୁରୁତ୍ୱ ଦେଇ ଏଥିରେ ନିଜ ନିଜ କ୍ୟାରିୟର ଗଠନ କରିବା ଉଚିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଯୁବ ସମାଜସେବୀ ବିମଲ କୁମାର କେଡିଆ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ପରିଚାଳନା ସମିତିର ସଭାପତି ଲଳିତ ରଣା ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ଅତିଥି ବୃନ୍ଦଙ୍କ ଗଣପତି ପୂଜନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ଅତିଥି ବୃନ୍ଦଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିଲେ। ଇତ୍ୟବସରରେ କର୍ତ୍ତବ୍ୟନିଷ୍ଠତା, ସମୟାନୁବର୍ତ୍ତି, ଛାତ୍ରବତ୍ସଳ ସ୍ଵଭାବ ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ଓ ବିଦ୍ୟାଳୟର ସେବକ ତରଣୀସେନ ଧଙ୍ଗଡାମାଝୀଙ୍କୁ ମାନପତ୍ର, ପୁଷ୍ପଗୁଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ପୂର୍ବାହ୍ନ ୧୧.୩୦ ସମୟରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୩ ଘଣ୍ଟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର କର୍ମଚାରୀ ସୁବାଷ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ତେଜରାଜ ସାହୁ ମଞ୍ଚ ସଂଯୋଜନା କରିଥିଲେ । ସଂସ୍କୃତ ଶିକ୍ଷୟତ୍ରୀ ଶିଲା ପ୍ରହରାଜ, ସସ୍ମିତା ସୁନାମୁଦି, ସୁଶାନ୍ତ ସାହୁ, ଫାଲ୍ଗୁନି ରାଓ, ପିଇଟି ଧିରେନ୍ଦ୍ର କୁମାର ନାଏକ, ଶିକ୍ଷୟତ୍ରୀ ସର୍ମିତା ସେଠୀ, ସୋନମରାଣୀ ପଧାନ, ସସ୍ମିତା ପଧାନ, ନିବେଦିତା ଗନ୍ତିଆ, ପ୍ରଣତି ବୈଦ୍ୟ, ମିନାକ୍ଷୀ ମିଶ୍ର, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.