ନର୍ଲାରେ ଡମ୍ବ ସମାଜର ଜରୁରୀକାଳୀନ ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଶୁକ୍ରବାର ଡମ୍ବ ସମାଜର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଲ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ପରାମର୍ଶଦାତା ରାମ ସ୍ବାମୀ ନାଏକଙ୍କ ଆବାହନ କ୍ରମେ ଆୟୋଜିତ ଉକ୍ତ ବୈଠକର ଅଧ୍ୟକ୍ଷତା କରିଥିଲେ ନର୍ଲା ଡମ୍ୱ ସମାଜ ସଭାପତି ରଜନୀ କୁମାର। ଏଥିରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବାସହ ଅଲ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପଙ୍କ କାର୍ଯ୍ୟଧାରା ଉପରେ ସବିଶେଷ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଶ୍ରୀ ଦୀପ ଏକ ଜାତି ସଂଗଠନର ସଭାପତି ହୋଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରଚାର ପାଇଁ ଖଞ୍ଜଣି ବାଜାଇ ପ୍ରଚାର ପ୍ରସାର କରୁଥିବାରୁ ଆମ ସମାଜ ପ୍ରତି ଅପମାନ ହେଉଛି ବୋଲି ଅଲ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ପରାମର୍ଶଦାତା ଶ୍ରୀ ନାଏକ ଡମ୍ବ ସମାଜର ସମସ୍ତ କର୍ମକର୍ତ୍ତାଙ୍କୁ କହିଥିଲେ। ଦଳ ମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ସମାଜକୁ ଆଗେଇ ନେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ନର୍ଲା ଡମ୍ୱ ସମାଜ ପାଇଁ ଆସିଥିବା ଟଙ୍କାକୁ କେମିତି ସତ୍ ଉପାୟରେ ବ୍ୟବହାର କରି ନର୍ଲା ଆଖ ପାଖ ଅଞ୍ଚଳରେ ହିଁ ସମାଜ ଭବନ ତିଆରି କରାଯିବ ବୋଲି ଡମ୍ବ ସମାଜର ସଭାପତି ରଜନୀ କୁମାର ସମସ୍ତଙ୍କୁ କହି ଥିଲେ। ପ୍ରକାଶ ଥାଉ କି ନର୍ଲାରେ ଡମ୍ବ ସମାଜକୁହିଁ ଗୁରୁତ୍ଵ ଦିଆଯିବ ବୋଲି ଉପସ୍ଥିତ ସମସ୍ତ ସମାଜପ୍ରେମୀ ମତ ପ୍ରକାଶ କରିଥିଲେ। ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନକୁ କୌଣସି ଡମ୍ୱ ନଯିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ଏଥିରେ ପୂର୍ବତନ ସରପଞ୍ଚ ବରୁଣ ନାଏକ, ଅଭିରାମ ନନ୍ଦ, ଜୟ ଶଙ୍କର ନାଏକ, ଅଭୟ ନାଏକ, କୌତୁକ୍ ଖମାରୀ, ରିଚେକର ଦୀପ, ରଘୁମଣି ସୁନା, ସୁରମନି ଛତ୍ରିଆ, ଭୋଲାନାଥ ନାଏକ, କିଚକ୍ ହରପାଲ, ଯତୀନ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.