ଇଂରାଜୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ):  ଗୋଲାମୁଣ୍ଡା ବ୍ଳକ ରେଙ୍ଗସାପାଲି ସ୍ଥିତ ହାତୀରାମ ଉଚ୍ଚ ବିଦ୍ୟାପୀଠାରେ ଇଂରାଜୀ ଶିକ୍ଷକ ନାରାୟଣ ପ୍ରସାଦ ମହାନ୍ତିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାପୀଠର ପ୍ରଧାନ ଶିକ୍ଷକ  ରାଜକିଶୋର ବୁଦ୍ଧିଆ, ଶିକ୍ଷକ  ହରେକୃଷ୍ଣ ବିହାରୀ, କିରାଣୀ ଶ୍ରୀଯୁକ୍ତ ଉତ୍ତମ ପଧାନ, ହାତୀରାମ ଉଚ୍ଚ ବିଦ୍ୟାପୀଠ ଅନୁଷ୍ଠାନର ଅଧ୍ୟକ୍ଷ ଅନନ୍ତ କୁମାର ବେହେରା, ପିଅନ ଜଗଦୀଶ ବେମାଲ ଓ ମନୁହର ଗହୀର, ବୁଡ଼ାରଜା ଯୁବ ସାଂସ୍କୃତିକ ଅନୁଷ୍ଠାନ ରେଙ୍ଗସାପାଲିର ସମ୍ପାଦକ ରୁପସିଂହ ନାଏକ, ରେଙ୍ଗସାପାଲି ଗ୍ରାମର ବିଶିଷ୍ଟ ବ୍ୟକ୍ତି ଗୋବର୍ଦ୍ଧନ ଭୋଇ ଓ ଅନେକ ଭଦ୍ରବ୍ୟକ୍ତି, ଉଜ ବିଦ୍ୟାପୀଠର ଅନେକ ପୁରାତନ ଛାତ୍ରଛାତ୍ରୀ ଏବଂ ବର୍ତ୍ତମାନ ଦଶମ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଓ ନବମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ସମସ୍ତେ ଉପସ୍ଥିତ ରହି ଇଂରାଜୀ ଶିକ୍ଷକ ନାରାୟଣ ପ୍ରସାଦ ମହାନ୍ତିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.