ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ ଅନ୍ତର୍ଗତ ଅମଠା ଗ୍ରାମରେ ଟେଲରିଙ୍ଗ ସିଲେଇ ଶିକ୍ଷାଦାନ ସହ ଅନେକ ପ୍ରକାରର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଉପସ୍ଥିତ ରହି ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଫରଙ୍ଗ ସରପଞ୍ଚ ହିରାବତି ଭୋଇ, ସମ୍ମାନିତ ଅତିଥି ଅପୂର୍ନା ବାରିକ, ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି, ସରୋଜ କୁମାର ମୁଣ୍ଡ ଓ କପୂରଚନ ସେଠିଆଙ୍କ ଉପସ୍ଥିତିରେ ସର୍ଵ ପ୍ରଥମେ ଗଣେଶଙ୍କ ଫଟୋଚିତ୍ରରେ ଅତିଥିମାନଙ୍କ ଦ୍ଵାରା ଦୀପ, ପୁଷ୍ପ, ଧୂପ ପ୍ରଦାନ କରିବା ପରେ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା ଓସିଇଏମ୍ ଅଧ୍ୟକ୍ଷ ସମ୍ମାନୀୟ ଅମିୟ କୁମାର ସାହୁ ଉପସ୍ଥିତ ମହିଳାମାନଙ୍କୁ ଟେଲରିଙ୍ଗ ସିଲେଇ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟକ ମହିଳା ନିଜ ନିଜର ପରିଚୟ ପ୍ରଦାନ କରି ସ୍ୱରୋଜଗାର କାର୍ଯ୍ୟକୁ ଆଗେଇ ନେବା ପାଇଁ ପ୍ରତିଶ୍ରୁତି ଦେଇ ଥିବାରୁ ଅତିଥି ବୃନ୍ଦ ଧନ୍ୟବାଦ ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗରଗାଵ (ଏମଡି) ସମ୍ମାନୀତ ଅତିଥି ରୂପେ ଭୋଳା ବିହାର ସହଯୋଗର ହାତ ବଡ଼ାଇ ଥିବା ବେଳେ ଫରଙ୍ଗ (ଏମଡି) ବିଶ୍ୱଜିତ୍ ପ୍ରଧାନଙ୍କ ଦ୍ଵାରା ହୋଇଥିବା ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଓସିଇଏମ ଅଧକ୍ଷ ଅମିୟ କୁମାର ସାହୁଙ୍କ ଦ୍ଵାରା ଆଜିର ସଭା ସାଙ୍ଗ ହୋଇଥିଲା।