ବିଦ୍ୟୁତ ସମସ୍ୟାକୁ ନେଇଁ କନ୍ଦସାର୍ଲି ଗ୍ରାମବାସୀ କଲେ ରାସ୍ତାରୋକ: ପ୍ରାୟ ୩ ଘଣ୍ଟା ଧରି ଯାତାୟାତ ଠପ୍

ଛିଣ୍ଡିଥିବା ବିଦ୍ୟୁତ ତାର ସଂଯୋଗ ପରେ ହଟିଲା ରାସ୍ତାରୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଉପାନ୍ତ ଅଞ୍ଚଳରେ ବିଭିନ୍ନ ସମୟରେ ଅନେକ ସମସ୍ୟାକୁ ନେଇଁ ରାସ୍ତା ରୋକ ହେଉଥିବା ବେଳେ ଶୁକ୍ରବାର ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ କନ୍ଦସାର୍ଲି ଗ୍ରାମବାସୀ ବିଦ୍ୟୁତ ସମସ୍ୟାକୁ ନେଇଁ ବିଶ୍ୱନାଥପୁର ଠାରୁ କଲ୍ୟାଣସିଂହ ପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ସୂଚନାଯୋଗ୍ୟ କୁମାରଗୁଡ଼ା ଠାରୁ କନ୍ଦସାର୍ଲି ଗାଁକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାର ଛିଣ୍ଡିକି ୨ ମାସରୁ ଅଧିକ ସମୟ ହୋଇଥିଲା। ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ବାରମ୍ବାର ଜଣାଇଲା ପରେ ମଧ୍ୟ ବିଦ୍ୟୁତ ତାରକୁ ସଂଯୋଗ କରୁନଥିଲେ ଯାହା ଫଳରେ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଯାଇଥିଲା। ଆଜି ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଥିଲେ। ୩ ଘଣ୍ଟା ଧରି ଯାତାୟତ ବନ୍ଦ ପରେ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝାକରି ଛିଣ୍ଡିଥିବା ବିଦ୍ୟୁତ ତାରକୁ ସଂଯୋଗ କଲାପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳ ଗୁଡି଼କରେ ଏବେ ମଧ୍ୟ ଅନେକ ଗୁଡ଼ିଏ ଗାଁରେ ବିଜୁଳି ଅପହଞ୍ଚ ହୋଇରହିଛି। ତେବେ ବିଜୁଳି ପାଇଁ ନାଇଁ ନ’ଥିବା ଅସୁବିଧା ଭୋଗୁଛନ୍ତି ଲୋକେ। କନ୍ଦସାର୍ଲି ଗ୍ରାମବାସୀ ପୂର୍ବରୁ ମଧ୍ୟ ଏହି ବିଜୁଳି ସମସ୍ୟାକୁ ନେଇଁ ପ୍ରଶାସନିକ ଅଧିକାରୀଙ୍କୁ ଅନେକ ଥର ଗୁହାରି ଓ ଅଭିଯୋଗ କରିବା ପରେ ବି କୌଣସି ପ୍ରକାର ସମସ୍ୟାର ସମାଧାନ ନ’ହେବାରୁ ବାଧ୍ୟ ହୋଇ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଆଜି ବିଶ୍ୱନାଥପୁର ଠାରୁ କଲ୍ୟାଣସିଂହପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ଚିତ୍ର ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.