ବିଭିନ୍ନ ସ୍ଥାନରେ ଡ଼ଃ ବି.ଆର୍ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ସମ୍ବିଧାନ ପ୍ରଣେତା ବିଶ୍ୱରତ୍ନ, ବାବା ସାହେବ୍ ଡ଼ଃ ବି.ଆର୍ ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ରବିବାର କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହେବା ସହ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଅଲ୍ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡରେସନ (ଏଓ.ଏସ୍.ସିଏଫ୍) କୋକସରା ବ୍ଲକ ଆନୁକୂଲ୍ୟରେ ଫେଡରେସନର ସାଧାରଣ ସମ୍ପାଦକ ପ୍ରବୀଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ବ୍ଳକ ସଦର ମହକୁମା ବଡପଡାଠାରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ଆମପାଣିରେ ପହଞ୍ଚି ସ୍ଥାନୀୟ ଆମ୍ବେଦକର ଭବନରେ ଡ଼ଃ.ବିଆର ଆମ୍ବେଦକରଙ୍କ ଫଟୋ ଚିତ୍ରରେ ଏଓଏସ୍ ସିଏଫ୍ ଜିଲ୍ଳା ଉପସଭାପତି ଟିକିଚନ୍ଦ୍ର ଧ.ମାଝୀ, ଡ଼.ଗୌରଭ ରଞ୍ଜନ ବାଗ, ଧନିରାମ ପାଣିଗ୍ରାହୀ ପ୍ରମୁଖ ଆମ୍ବେଦକର ପ୍ରେମୀ ଦୀପ ପ୍ରଜ୍ବଳନ କରି ଜୟନ୍ତୀ ପାଳନ କରିଥିଲେ। ଏହି କ୍ରମରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଅତିଥିମାନେ ବାବା ସାହେବଙ୍କ ଆଦର୍ଶ ଆଚରଣ ଓ ସମ୍ବିଧାନ ପ୍ରଣୟନ ଉପରେ ବକ୍ତବ୍ୟ ରଖିଥିଲେ। ମଞ୍ଚକୁ ପ୍ରବୀଣ ପାଣିଗ୍ରାହୀ ପରିଚାଳନା କରିଥିଲେ। ଶେଷରେ ଏଓଏସସିଏଫ ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରଧାନୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଦିଶାନ୍ତ ବେଶ୍ରା, ଘନଶ୍ୟାମ ପାଣିଗ୍ରାହୀ, ସନ୍ତୋଷ ଶତନାମୀ, ମୁରଲୀ ପାଣିଗ୍ରାହୀ, ଧୋନୀ ବାଗ, ପ୍ରଦ୍ୟୁମ୍ନ ଖମାରୀ, ଶାନ୍ତନୁ ଠାକୁର, ସନାତନ ବେମାଲ, ଅଶ୍ବିନୀ ମହାନନ୍ଦ ପ୍ରମୁଖ ଏଥିରେ ସାମିଲ ହେଇଥିଲେ। ସେଠାରୁ ବଡ଼ପୋଡ଼ାଗୁଡ଼ା ଅଭିମୁଖେ ବାହାରି ଆମ୍ବେଦକର କ୍ଳବ୍ ପରିସରରେ ଥିବା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଜନ୍ମ ଜୟନ୍ତୀ ପାଳିତ କରାଯାଇଥିଲା। ସେହିପରି ଲଡୁଗାଁଠାରେ ଭିମଆର୍ମୀ ଓ ସାବିତ୍ରୀ ରମା ମହିଳା ମଞ୍ଚ ପକ୍ଷରୁ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ କରିବା ସହ ବାଇକ ଶୋଭାଯାତ୍ରାରେ ବାହାରି ଥିଲେ। ଏଥିରେ ସାବିତ୍ରୀ ରମା ମହିଳା ମଞ୍ଚରେ ଭାରତୀ ନାଏକ, ସୁମନ ମହାନନ୍ଦ, ଡୋଲି ପାଣିଗ୍ରାହୀ, ସୋନିଆ ମହାନନ୍ଦ, ଦିବ୍ୟ ପାଣିଗ୍ରାହୀ, ରାଜେଶ୍ବରୀ ନିଆଲ, ଭିମ ଆର୍ମୀରେ ଗଜିନ୍ଦ୍ର ନାଗ, ଫାଉଣ୍ତର ମେମ୍ବର ଗୁଣନିଧି ବାଗ, ଟୁନୁ ମହାନନ୍ଦ, ଭୁବନେଶ୍ୱର ଦୁର୍ଗା, ପିତାମ୍ବର ମହାନନ୍ଦ, ପ୍ରଧାନୀ ବାଗ, ତପନ ନାଏକ, ଧ୍ଵଜ ପାଣିଗ୍ରାହୀ, ଓମ୍ ପ୍ରକାଶ ଛତ୍ରୀଆ ସମେତ ଭିମ ଆର୍ମୀର ସଦସ୍ୟ ମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.